ETV Bharat / state

କୋରୋନା ସତର୍କତା: ଅଣ୍ଟା ଭିଡିଲେ ଡେଙ୍ଗାଗୁଡାବାସୀ, ସିଲ କଲେ ଗାଁ - ନବରଙ୍ଗପୁର ଲାଟେଷ୍ଟ ନ୍ୟୁଜ୍‌

ନବରଙ୍ଗପୁର ଡେଙ୍ଗାଗୁଡା ଗ୍ରାମରେ କୋରୋନା ସତର୍କତା ପାଇଁ ହୋଇଛି ରାସ୍ତା ସିଲ । ବିଭିନ୍ନ ଗାଁକୁ ସିଲ କରି ଗାଁର ଯୁବଗୋଷ୍ଠୀ ବାଣ୍ଟିଛନ୍ତି ସତର୍କତା ବାର୍ତ୍ତା । ଅଧିକ ପଢ଼ନ୍ତୁ...

corona awareness in village, coronavirus news, corona update, nabarangpur latest news, corona in odisha, ଗାଁରେ କୋରୋନା ସତର୍କତା, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଅପଡେଟ, ନବରଙ୍ଗପୁର ଲାଟେଷ୍ଟ ନ୍ୟୁଜ୍‌, ଓଡିଶାରେ କୋରୋନା
କୋରୋନା ସତର୍କତା: ଅଣ୍ଟା ଭିଡିଲେ ଡେଙ୍ଗାଗୁଡାବାସୀ, ସିଲ କଲେ ଗାଁ
author img

By

Published : Apr 8, 2020, 1:34 AM IST

Updated : Apr 8, 2020, 11:43 AM IST

ନବରଙ୍ଗପୁର: ନବରଙ୍ଗପୁର ଡେଙ୍ଗାଗୁଡା ଗ୍ରାମରେ କୋରୋନା ସତର୍କତା ପାଇଁ ହୋଇଛି ରାସ୍ତା ସିଲ । ବିଭିନ୍ନ ଗାଁକୁ ସିଲ କରି ଗାଁର ଯୁବଗୋଷ୍ଠୀ ବାଣ୍ଟିଛନ୍ତି ସତର୍କତା ବାର୍ତ୍ତା । ଯାହା ସ୍ଥାନୀୟ ଅଞ୍ଚଳରେ ଉଦାହରଣ ସୃଷ୍ଟି କରିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଁଳାଭଟ୍ଟା ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗାଗୁଡା ଗ୍ରାମରେ l

କୋରୋନା ସତର୍କତା: ଅଣ୍ଟା ଭିଡିଲେ ଡେଙ୍ଗାଗୁଡାବାସୀ, ସିଲ କଲେ ଗାଁ

ଗାଁର ଯୁବଗୋଷ୍ଠୀ କୋରୋନା ପାଇଁ ସତର୍କ ରହିବା ସହ ଗାଁ ଭିତରକୁ ବାହାର ଲୋକଙ୍କୁ ପ୍ରବେଶ ନକରାଇଦେବା ପାଇଁ ଗ୍ରାମର ପ୍ରବେଶ ପଥକୁ ବାଉଁଶ ବାନ୍ଧି ଗାଁକୁ ସିଲ କରିଛନ୍ତି । ଏଥିସହ ନିଜ ଗ୍ରାମକୁ କିପରି ସୁରକ୍ଷିତ ରଖା ଯାଇପାରିବ ସେନେଇ ପ୍ରୟାସ ଆରମ୍ଭ କରିଛନ୍ତି l ସେପଟେ ଗ୍ରାମବାସୀଙ୍କୁ କୋରୋନା ଭୂତାଣୁ ସମ୍ପର୍କରେ ସଚେତନ କରିବା ସହିତ ଗାଁ ମୁଣ୍ଡରେ ବାଉଁଶ ବାଡ଼ ବାନ୍ଧି ଜଗୁଛନ୍ତି ଗ୍ରାମର ଯୁବଗୋଷ୍ଠୀ l

କେବଳ ସେତିକି ନୁହେଁ କୋରୋନା ଭୂତାଣୁକୁ ଗାଁ ଭିତରକୁ ପ୍ରବେଶ ନକରାଇ ଦେବା ପାଇଁ ଯୁବଗୋଷ୍ଠି ଶପଥ ମଧ୍ୟ ନେଉଥିବା ଦେଖିବାକୁ ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Apr 8, 2020, 11:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.