ETV Bharat / state

ଟ୍ରାଫିକ ନିୟମ କୋହଳ ନହେଲେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

author img

By

Published : Sep 8, 2019, 4:18 PM IST

ନବରଙ୍ଗପୁରରେ ନୂତନ ଭାବେ ଲାଗୁ ହୋଇଥିବା ଟ୍ରାଫିକ ନିୟମକୁ ଜିଲ୍ଲା କଂଗ୍ରେସର ବିରୋଧ। ଏନେଇ ଆଜି କଂଗ୍ରେସ ଭବନରେ ଏକ ପ୍ରେସମିଟର ଆୟୋଜନ କରାଯାଇଥିଲା।

ଫଟୋ ସୌଜନ୍ୟ: ସମ୍ବାଦଦାତା ନବରଙ୍ଗପୁର

ନବରଙ୍ଗପୁର: ସେପ୍ଟେମ୍ବର ୧ ତାରିଖରୁ ଦେଶରେ ନୂତନ ଭାବେ ଲାଗୁ ହୋଇଥିବା ମୋଟରଯାନ ଆଇନକୁ ବିରୋଧ କରିଛି କଂଗ୍ରେସ। ଏନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ନବରଙ୍ଗପୁର

ଖବର ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରଶାସନ ଓ ରାଜ୍ୟ ମୁଖିଆଙ୍କ ଠାରୁ ଅଭୟ ପ୍ରତିଶ୍ରୁତି ପାଇ ପୋଲିସ ସାଧାରଣ ଜନତାଙ୍କ ମୌଳିକ ଅଧିକାରକୁ ମଧ୍ୟ ଛଡେଇ ନେଉଛନ୍ତି।

ଗୋଟିଏ ପଟେ ନୂତନ ଭାବେ ଲାଗୁ କରାଯାଇଥିବା ମୋଟରଯାନ ନିୟମକୁ କଂଗ୍ରେସ ଶାସିତ ଅନେକ ରାଜ୍ୟ ଲାଗୁ ନକରିଥିବା ବେଳେ ଓଡ଼ିଶା ସରକାର ଏହାକୁ କଡ଼ାକଡ଼ି ଲାଗୁକରି ଅର୍ଥ ଆଦାୟ ପାଇଁ ଏକ ବାଟ ସୃଷ୍ଟି କରିଛି।

ଅନ୍ୟାୟ ଭାବେ ଏହି ନିୟମ ଲାଗୁ କରି ସରକାରଙ୍କ ରାଜକୋଷରେ ଟଙ୍କା ଜମା କରିବାର ଏହା ଏକ ଅଭିନବ ଉପାୟ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି।

ତେବେ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଗରିବ ଶ୍ରେଣୀର ଲୋକମାନେ ଏତେ ଟଙ୍କା ଫାଇନ କିପରି ବାନ୍ଧିବେ ତାହା ଚିନ୍ତାର ବିଷୟ। ତେଣୁ ଜିଲ୍ଲାବାସୀଙ୍କୁ ପ୍ରଥମେ ମୋଟରଯାନ ସମ୍ପର୍କରେ ସଚେତନ କରାଯାଉ ବୋଲି କଂଗ୍ରେସ ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ କହିଛନ୍ତି।

ଖୋଦ ମୋଟରଯାନ କାର୍ଯ୍ୟାଳୟ ଓ ପୋଲିସ ବିଭାଗର ସମସ୍ତ ଯାନର ତନଖି ପ୍ରଥମେ କରାଯାଉ ବୋଲି ଜିଲ୍ଲା କଂଗ୍ରେସ ଦାବି କରିଛି। ନଚେତ୍ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ
ବୋଲି ଚେତାବନୀ ଦେଇଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ-ମୋଟରଯାନ ଆଇନ କୁ ବିରୋଧ କରି ନବରଙ୍ଗପୁର ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ।
ଫର୍ମାଟ-ଏଭିବିବି,୦୮/୦୯/୧୯
ରିପୋର୍ଟ-ତପନ ବିଷୋୟୀ, ନବରଙ୍ଗପୁର।
----------------------------------------------------------
ଆଙ୍କର:-ଲୋକଙ୍କୁ ହଇରାଣ କଲେ ,ରାଜ ରାସ୍ତାକୁ ଅହ୍ଲେଇବ କଂଗ୍ରେସ।ସେପ୍ଟେମ୍ବର ୧ ତାରିଖରୁ ଦେଶରେ ନୂତନ ଭାବେ ଲାଗୁ ହୋଇଥିବା ମୋଟରଯାନ ଆଇନ କୁ ବିରୋଧ କରି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ନବରଙ୍ଗପୁର ଜିଲ୍ଲାରେ ପୋଲିସ ର ମାତ୍ରାଧିକ କାର୍ଯ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ପ୍ରଶାସନ ଓ ରାଜ୍ୟ ମୁଖ୍ୟ ଠାରୁ ଅଭୟ ପ୍ରତିଶ୍ରୁତି ପାଇ ପୋଲିସ ସାଧାରଣ ଜନତାଙ୍କ ମୌଳିକ ଅଧିକାର କୁ ମଧ୍ୟ ଛଡେଇ ନେଉଛନ୍ତି।ନୂତନ ଭାବେ ଲାଗୁ କରାଯାଇଥିବା ମଟରଯାନ ନିୟମ କୁ ଅନେକ ରାଜ୍ୟ ଲାଗୁନ କରିବେ ବିଶେଷ କରି କଂଗ୍ରେସ ଓ ତାର ସମର୍ଥିତ ରାଜ୍ୟ ଏ ନିୟମକୁ କୋହଳ କରିବାବେଳେ ,ଓଡ଼ିଶା ସରକାର ଏହାକୁ କଡ଼ାକଡ଼ି ଲାଗୁକରି ଅର୍ଥ ଆଦାୟ ଏକ ବାଟ ସୃଷ୍ଟି କରିଛି।ଅନ୍ୟାୟ ଭାବେ ଓଡ଼ିଶା ମଟରଯାନ ନିୟମକୁ କଡ଼ାକଡ଼ି ପାଳନ କରିବା ନାମରେ ସରକାର ଙ୍କ ରାଜକୋଷ ରେ ଟଙ୍କା ଜମା କରିବାର ଏହା ଏକ ଅଭିନବ ଉପାୟ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି।ତେଣୁ ଆଦିବାସୀ ଅଧ୍ୟୁଷିତ ପଛୁଆ ଗରିବ ନବରଙ୍ଗପୁର ଜିଲ୍ଲାରେ ଏତେ ଟଙ୍କା ଫାଇନ ବାନ୍ଧିବେ କୋଉଠୁ।ତେଣୁ ଜିଲ୍ଲା ବାସୀଙ୍କୁ ପ୍ରଥମେ ମଟରଯାନ ସମ୍ପର୍କରେ ସଚେତନ କରାଯାଉ ବୋଲି କଂଗ୍ରେସ ଜିଲ୍ଲା ସଭାପତି ମନରଞ୍ଜନ ତ୍ରିପାଠୀ କହିଛନ୍ତି।ଏବଂ ଖୋଦ ମଟରଯାନ କାର୍ଯ୍ୟାଳୟ ଓ ପୋଲିସ ବିଭାଗ ର ସମସ୍ତ ଯାନ ଓ ସରକାରୀ ଯାନ ଓ ସରକାରୀ ଡ୍ରାଇଭର ମାନଙ୍କ ଯାନ ତନଖି ପ୍ରଥମେ କରାଯାଉ ବୋଲି ଜିଲ୍ଲା କଂଗ୍ରେସ ଦାବି କରିଛି।ନହେଲେ ଆଗାମୀ ଦିନରେ କଂଗ୍ରେସ ରାଜ ରାସ୍ତା ଅହ୍ଲେଇବ ବୋଲି ଚେତାବନୀ ଦେଇଛନ୍ତି।
ବାଇଟ-୧-ପ୍ରଦୀପ ମାଝୀ(ରାଜ୍ୟ କାର୍ଯ୍ୟକାରିସଭାପତି)Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.