ETV Bharat / state

ସ୍ବାମୀ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା ଘଟଣା, କଂଗ୍ରେସର ପ୍ରେସମିଟ - congress press meet

ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ମୂର୍ତ୍ତୃମ୍ମା ଗ୍ରାମର ସିପ୍ରା ସରକାରଙ୍କ ହତ୍ୟାକାଣ୍ଡକୁ ନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସର ପ୍ରେସମିଟ କରାଯାଇଛି ।

ନବରଙ୍ଗପୁର ଜିଲ୍ଲା କଂଗ୍ରେସର ପ୍ରେସମିଟ
ନବରଙ୍ଗପୁର ଜିଲ୍ଲା କଂଗ୍ରେସର ପ୍ରେସମିଟ
author img

By

Published : Jan 10, 2021, 6:56 PM IST

ନବରଙ୍ଗପୁର: ବହୁଚର୍ଚ୍ଚିତ ସିପ୍ରା ସରକାର ନାମକ ମହିଳାଙ୍କ ହତ୍ୟାକାଣ୍ଡକୁ ନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସର ପ୍ରେସମିଟ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ମୂର୍ତ୍ତୃମ୍ମା ଗ୍ରାମର ସିପ୍ରା ସରକାରଙ୍କ ହତ୍ୟାକାଣ୍ଡକୁ ନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସର ପ୍ରେସମିଟ କରାଯାଇଛି ।

ଉକ୍ତ ପ୍ରେସମିଟରେ ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ଉପସ୍ଥିତ ରହି ହତ୍ୟାକାଣ୍ଡ ସମ୍ବନ୍ଧୀୟ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ଏହାସହ ମୃତ ସିପ୍ରା ସରକାରଙ୍କ ମୃତ୍ୟୁର 2ଦିନ ପୂର୍ବରୁ ତାଙ୍କ ସ୍ବାମୀ ଓ ଶାଶୁଙ୍କ ମଧ୍ୟରେ ଟେଲିଫୋନରେ ହୋଇଥିବା ବାର୍ତ୍ତାଳପର ଅଡିଓ ଟେପ ଜାରି କରିଛି ଜିଲ୍ଲା କଂଗ୍ରେସ ।

ନବରଙ୍ଗପୁର ଜିଲ୍ଲା କଂଗ୍ରେସର ପ୍ରେସମିଟ

ଏହି ଅଡ଼ିଓ ଟେପରେ ହତ୍ୟାକାରୀ ସ୍ବାମୀ ବିପ୍ଳବ ବିଶ୍ବାସ ତାଙ୍କ ମାକୁ ସେ ଘଟାଇଥିବା ହତ୍ୟାକାଣ୍ଡରେ ତାର କୌଣସି ବି କ୍ଷତି ହେବନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରୁଥିବା କହୁଥିବା ଶୁଣିବାକୁ ମିଳୁଛି । ହତ୍ୟାକାଣ୍ଡ ପାଇଁ ତାକୁ କିଛିଦିନ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ଏବଂ ଏହାପରେ ତାଙ୍କୁ ନବରଙ୍ଗପୁର ସାଂସଦ ରମେଶ ମାଝୀ ୧୨ ଦିନ ମଧ୍ୟରେ ତାକୁ ମୁକୁଳାଇବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ଉମରକୋଟ ବିଧାୟକ ନିତ୍ୟାଗଣ୍ଡ ତାକୁ ୬ ଘଣ୍ଟା ମଧ୍ୟରେ ମୁକୁଳାଇବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିବା କହୁଥିବା ଶୁଣିବାକୁ ମିଳିଛି। ତେଣୁ ସମସ୍ତଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦାବି କରିଛି ଜିଲ୍ଲା କଂଗ୍ରେସ ।

ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.