ETV Bharat / state

‘ଆଦିବାସୀ ସଂଗ୍ରହାଳୟ କୋଠାକୁ ଆଦିବାସୀ ଉନ୍ନୟନ ବିଭାଗକୁ ଦିଅ ନଚେତ୍‌ ଆନ୍ଦୋଳନ’ - କଂଗ୍ରେସ

ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ସାମ୍ବାଦିକ ସମ୍ମିଳନୀ । ଆଦିବାସୀ ସଂଗ୍ରହାଳୟ ପାଇଁ ଉଦ୍ଧିଷ୍ଟ କୋଠାକୁ ଆଦିବାସୀ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାନଗଲେ ଜିଲ୍ଲା କଂଗ୍ରେସର ଆନ୍ଦୋଳନ କରିବ । ସାମ୍ବାଦିକ ସମ୍ମିଳନୀରେ ଏଭଳି ଚେତାବନୀ ଦେଇଛନ୍ତି ପ୍ରଦୀପ । ଅଧିକ ପଢନ୍ତୁ...

ଆଦିବାସୀ ସଂଗ୍ରହାଳୟ କୋଠା ପାଇଁ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ ପ୍ରଦୀପ

author img

By

Published : Aug 14, 2021, 9:52 AM IST

ନବରଙ୍ଗପୁର: ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ସାମ୍ବାଦିକ ସମ୍ମିଳନୀ । ଆଦିବାସୀ ସଂଗ୍ରହାଳୟ ପାଇଁ ଉଦ୍ଧିଷ୍ଟ କୋଠାକୁ ଆଦିବାସୀ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାନଗଲେ ଜିଲ୍ଲା କଂଗ୍ରେସର ଆନ୍ଦୋଳନ କରିବ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଚେତାବନୀ ଦେଇଛନ୍ତି ପ୍ରଦୀପ । ନବରଙ୍ଗପୁରର ସ୍ଥାନୀୟ ଜିଲ୍ଲା କଂଗ୍ରେସ ଭବନ ଠାରେ କଂଗ୍ରେସ ଦ୍ୱାରା ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀଙ୍କ ସହ କଂଗ୍ରେସ କର୍ମୀଙ୍କ ଉପସ୍ଥିତି ଥିଲେ ।

ଆଦିବାସୀ ସଂଗ୍ରହାଳୟ କୋଠା ପାଇଁ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ ପ୍ରଦୀପ

ନବରଙ୍ଗପୁର ସହର ମଧ୍ୟରେ ଥିବା ଆଦିବାସୀ ସଂଗ୍ରହାଳୟକୁ ଜିଲ୍ଲା ପ୍ରଶାସନ ଚଞ୍ଚକତା କରି ପ୍ରଥମେ କଲ୍ୟାଣ ମଣ୍ଡପ କରିଥିଲା । କିନ୍ତୁ ପ୍ରତିବାଦ ପରେ କଲ୍ୟାଣ ମଣ୍ଡପକୁ ବନ୍ଦ କରି ଦିଆଗଲା । କିନ୍ତୁ ବର୍ତ୍ତମାନ ତାହାକୁ ବିପଦ ସଙ୍କୁଳ ଦର୍ଶାଯାଇ ବିଭାଗ ଦ୍ଵାରା ଏହାକୁ ଗୋଟିଏ ବେସରକାରୀ ଲୋକଙ୍କୁ ବ୍ୟବସାୟ ଉଦ୍ଦେଶ୍ୟରେ ହସ୍ତାନ୍ତର କରାଯାଇଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ମାଝୀ ।

ପୌରପାଳିକା ବିଭାଗ ଦ୍ଵାରା ଚଞ୍ଚକତା କରାଯାଇ ଗୋଟିଏ ବ୍ୟବସାୟୀଙ୍କ ହାତକୁ ଟେକି ଦେଇଥିବା ଅଭିଯୋଗ କରିଛନ୍ତି । ଯାହା ଆଦିବାସୀଙ୍କ ସଂଗ୍ରହାଳୟ ପାଇଁ ଉଦ୍ଧିଷ୍ଟ । ତାହାକୁ କାହିଁକି ବେସରକାରୀ ଲୋକଙ୍କ ବ୍ୟବସାୟ ପାଇଁ ହସ୍ତାନ୍ତର କରାଗଲା ବୋଲି ସେ ଅଭିଯୋଗ କରିଛନ୍ତି । ଏହାସହ ଗରିବ ଲୋକ ଯେଉଁ ମାନେ ଟଙ୍କା ଖର୍ଚ୍ଚ କରିପାରିବେନି । ସେମାନଙ୍କ ପାଇଁ ଉଦ୍ଧିଷ୍ଟ ନବରଙ୍ଗପୁର ସହର ମଧ୍ୟରେ ଥିବା ଶୁଭମ କଲ୍ୟାଣ ମଣ୍ଡପକୁ ମଧ୍ୟ ବ୍ୟବସାୟ ଉଦ୍ଦେଶ୍ୟରେ ବେସରକାରୀ ସଂସ୍ଥା ହାତକୁ ଟେକି ଦେଇଛନ୍ତି । ଯାହାର ଦୃଢ଼ ନିନ୍ଦା କରିଛି ଦଳ । ଯଦି ଉଭୟ କଲ୍ୟାଣ ମଣ୍ଡପକୁ ଯଥାଶୀଘ୍ର ପ୍ରଶାସନ ନିଜ ହାତକୁ ନ ନେଇଛି । ତେବେ ତାହାର ଦୃଢ଼ ପ୍ରତିବାଦ କରାଯିବ । ଏବଂ ନ୍ୟାୟର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପ୍ରଦୀପ ମାଝୀ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.