ETV Bharat / state

ଆଜି ବଳିଦାନର ଦିବସ ଗୁଡ ଫ୍ରାଇଡେ - nabarangpur

ଆଜି ପବିତ୍ର ଗୁଡ଼ ଫ୍ରାଇଡେ । ଖ୍ରୀଷ୍ଟ୍ରିୟାନ ସମ୍ପ୍ରଦାୟ ବଳିଦାନ ଦିବସ ରୂପେ ଆଜି ଦିନଟିକୁ ପାଳନ କରିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର
author img

By

Published : Apr 19, 2019, 8:34 PM IST

ନବରଙ୍ଗପୁର: ଆଜି ପବିତ୍ର ଗୁଡ଼ ଫ୍ରାଇଡେ । ଖ୍ରୀଷ୍ଟ୍ରିୟାନ ସମ୍ପ୍ରଦାୟ ବଳିଦାନ ଦିବସ ରୂପେ ଆଜି ଦିନଟିକୁ ପାଳନ କରିଛନ୍ତି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟିୟାନମାନେ ସାମୂହିକ ଭାବେ ସମାଜର ମଙ୍ଗଳ ପାଇଁ ପ୍ରାର୍ଥନା କରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ଖ୍ରୀଷ୍ଟୀୟାନ ଧର୍ମାବଲମ୍ବୀଙ୍କ ବିଶ୍ୱାସ ଅନୁଯାୟୀ, ଆଜିର ଏହି ଦିନରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜଗତର ପାପୀ ମନୁଷ୍ୟ ମାନଙ୍କ ପାପରୁ ଉଦ୍ଧାର ପାଇଁ ନିଜକୁ ସମର୍ପିତ କରି କ୍ରୁଶବିଧ ହୋଇ ପ୍ରାଣ ତ୍ୟାଗ କରିଥିଲେ। । ଏଣୁ ଏହି ଦିନକୁ ଦୁଃଖର ସହିତ ମନେ ପକେଇବା ପାଇଁ ସାରା ଵିଶ୍ଵ ରେ ପବିତ୍ର ଶୁକ୍ରବାର ତଥା ଗୁଡ଼ ଫ୍ରାଇଡେ ଭାବେ ପାଳନ କରାଯାଉଛି ।

ସକାଳୁ ସକାଳୁ ଖ୍ରୀଷ୍ଟୀୟ ଧର୍ମାବଲମ୍ବୀ ମାନେ ଚର୍ଚ୍ଚ ମାନଙ୍କରେ ଯୋଗ ଦେଇ ଉପାସନାର ସହିତ ବାଇବେଲ ପଢି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ କ୍ୟାଣ୍ଡେଲ ଜାଳି ସମୂହ ପ୍ରାର୍ଥନା କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.