ETV Bharat / state

ପାପଡାହାଣ୍ଡିର ଚମ୍ପା ଜଙ୍ଗଲ: ଫେରୁଛି ପରିଚୟ, ଲୋଡା ରପ୍ତାନୀ ବ୍ୟବସ୍ଥା

author img

By

Published : May 10, 2022, 8:59 PM IST

ଦିନ ଥିଲା ଚମ୍ପାଫୁଲର ମହକରେ ମହକୁଥିଲା ନବରଙ୍ଗପୁରର ପାପଡାହାଣ୍ଡି । ଚମ୍ପାଫୁଲର ଚରାଭୂମି ବୋଲି ବିବେଚିତ ହେଉଥିଲା ପାପଡାହାଣ୍ଡି । କିନ୍ତୁ କାଳକ୍ରମେ ଚମ୍ପା ଜଙ୍ଗଲ ପରିଚୟ ହରାଇବା ସାଙ୍ଗକୁ ଲୋକେ ମଧ୍ୟ ଜୀବିକା ହରାଇବାକୁ ବସିଥିଲେ । ବର୍ତ୍ତମାନ ବନ ବିଭାଗର ପ୍ରୟାସ କ୍ରମେ ପୁଣି ମହକିବା ଆରମ୍ଭ କରିଛି ପାପଡାହାଣ୍ଡିର ଚମ୍ପା ଜଙ୍ଗଲ । ଅଧିକ ପଢନ୍ତୁ

ରକ୍ଷଣା ବେକ୍ଷଣା ଲୋଡୁଛି ପାପଡାହାଣ୍ଡିର ଚମ୍ପାଫୁଲ ଚରାଭୂମି

ନବରଙ୍ଗପୁର: ଦିନ ଥିଲା ଚମ୍ପାଫୁଲର ମହକରେ ମହକୁଥିଲା ନବରଙ୍ଗପୁରର ପାପଡାହାଣ୍ଡି । ଚମ୍ପାଫୁଲର ଯେଉଁ ମହକ ପାପଡାହାଣ୍ଡିରେ ମହକେ ସେ ମହକ ଜିଲ୍ଲାର ଆଉ କେଉଁଠି ବି ମହକେନି । ଫଳରେ ଚମ୍ପାଫୁଲର ଚରାଭୂମି ବୋଲି ବିବେଚିତ ହେଉଥିଲା ପାପଡାହାଣ୍ଡି । ଏହି ଚମ୍ପା ଜଙ୍ଗଲ ପାଇଁ କେତେକଙ୍କ ଘରେ ଚୁଲି ମଧ୍ୟ ଜଳୁଥିଲା । କିନ୍ତୁ କାଳକ୍ରମେ ଚମ୍ପା ଜଙ୍ଗଲ ପରିଚୟ ହରାଇବା ସାଙ୍ଗକୁ ଲୋକେ ମଧ୍ୟ ଜୀବିକା ହରାଇବାକୁ ବସିଥିଲେ । କିନ୍ତୁ ବନ ବିଭାଗର ପ୍ରୟାସରେ ପ୍ରାୟ 4 ହେକ୍ଟର ଜମିରେ ପୁନଃ ରୋପଣ ହୋଇଛି ଚମ୍ପାଗଛ । ଏହି ପ୍ରୟାସ ସମ୍ପୂର୍ଣ୍ଣ ସଫଳ ହୋଇନଥିଲେ ମଧ୍ୟ, ଚମ୍ପାବଣ ଧିରେ ଧିରେ ପରିଚୟ ଫେରିପାଉଛି । ପାପଡାହାଣ୍ଡି ବଜାରରେ ଚମ୍ପାଫୁଲର ପସରା ମେଲୁଛି ।

ଛଅ କୋଡି ବନ୍ଧ ନଅ କୋଡି ତୋଟା । ଅର୍ଥାତ୍ 120 ପୋଖରୀ, 180 ତୋଟା । ଏହି ଆଧାରରେ ରାଜାରାଜୁଡା ସମୟରେ ପାପଡାହାଣ୍ଡିରେ 120 ପୋଖରୀ ଖୋଳାଯିବା ସହ 180 ଖଣ୍ଡ ଜଙ୍ଗଲ ସୃଷ୍ଟି କରାଯାଇଥିଲା । ଯେଉଁଥିରେ ଚମ୍ପା ଓ ଗୋଲମରିଚ ଜଙ୍ଗଲ ଥିଲା ଏବଂ ଏହି ଅଞ୍ଚଳ ପ୍ରସିଦ୍ଧିଲାଭ କରିଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଅତର କାରଖାନା ମଧ୍ୟ ଗଢି ଉଠିଥିଲା । କିନ୍ତୁ କାଳକ୍ରମେ ବିଭିନ୍ନ କାରଣରୁ ଗଛ ନଷ୍ଟ ହୋଇଯିବା ପରେ ପ୍ରସିଦ୍ଧି ମଧ୍ୟ ଇତିହାସ ଗର୍ଭରେ ଲୀନ ହୋଇଯାଇଥିଲା । କିନ୍ତୁ 2010-11 ରେ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପୁନରୁଦ୍ଧାର କାର୍ଯ୍ୟ ।

ପାପାଡାହାଣ୍ଡିରେ ଚମ୍ପା ଗଛ ବଢ଼ିବାକୁ ଉପଯୁକ୍ତ ପରିବେଶ ଥିବା ଯୋଗୁଁ ସେହିଠାରେ ଚମ୍ପା ଜଙ୍ଗଲ ସୃଷ୍ଟି କରାଯାଇଥିଲା । ଆର୍ଥିକ ବର୍ଷ ୨୦୧୦-୧୧ ରେ ମାନରେଗା ଯୋଜନାରେ ଚମ୍ପା ଜଙ୍ଗଲର ପୁନଃଉଦ୍ଧାର କରା ଯାଇଥିଲା । ପ୍ରାୟ 4 ହେକ୍ଟର ଜମିରେ 4400 ଚମ୍ପା ଗଛ ଲଗାଯାଇ ନୂତନ ଜଙ୍ଗଲ ସୃଷ୍ଟି କରାଯାଇଛି । ଫଳରେ କିଛିଦିନ ହେବ ଗ୍ରୀଷ୍ମ ଓ ବର୍ଷା ଋତୁରେ ଫୁଲ ଫୁଟିବା ଆରମ୍ଭ ହୋଇଛି ଏବଂ ପାପଡାହାଣ୍ଡି ବଜାରରେ ଚମ୍ପାର ମହକ ପୁଣି ମହକିବା ଆରମ୍ଭ କରିଛି । ରକ୍ଷଣାବେକ୍ଷଣ ଅଭାବରୁ ଜଙ୍ଗଲରେ ବର୍ତ୍ତମାନ ଏକ ହଜାର ଗଛ ଅଛି । ସ୍ଥାନୀୟ ଲୋକେ ଏହିଠାରୁ ଫୁଲ ସଂଗ୍ରହ କରି ଜୀବିକା ଉପାର୍ଜନ କରନ୍ତି ବୋଲି ACF ଧନଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି ।

ପ୍ରାୟ 20 ରୁ 25 ପରିବାର ଚମ୍ପାଫୁଲ ବିକ୍ରି କରି ପରିବାର ପ୍ରତିପୋଷଣ କରିପାରୁଛନ୍ତି । ଏହି ଚମ୍ପା ଫୁଲକୁ ବାହାରକୁ ରପ୍ତାନି କରିବା ବ୍ୟବସ୍ଥା କଲେ ଅଧିକା ରୋଜଗାର ପାଇଁ ସହାୟତା ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି । ତେବେ ପୁନଃ ରୋପଣ ହୋଇଥିବା ଚମ୍ପାଚାରା ମଧ୍ୟରୁ ଅନେକ ଗଛ ନଷ୍ଟ ହୋଇଯାଇଛି । ଯଦି ନୂଆ ଗଛ ଲଗାଇ ସଠିକ୍ ରକ୍ଷଣାବେକ୍ଷଣ ନିଆଯାଆନ୍ତା, ତେବେ ପାପଡାହାଣ୍ଡି ତା'ର ପୂର୍ବ ପରିଚୟ ଫେରିପାଇବା ସାଙ୍ଗକୁ ରାଜସ୍ବ ବୃଦ୍ଧି ମଧ୍ୟ ହୋଇପାରନ୍ତା । ଏଥିପାଇଁ ବନ ବିଭାଗର ବିଶେଷ ଦୃଷ୍ଟିର ଆବଶ୍ୟକତା ପଡିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.