ETV Bharat / state

ଦୁଗ୍ଧ ଚାଷୀଙ୍କ ଉପରେ କୋରୋନା ମାଡ, ଚିନ୍ତାରେ ବ୍ୟବସାୟୀ - milk farmers

ଦୁଗ୍ଧ ଚାଷୀଙ୍କ ଉପରେ କୋରୋନା ମାଡ । ନିଜ ଉତ୍ପାଦିତ ଦୁଗ୍ଧକୁ ବିକ୍ରୀ କରି ନପାରି ଏବେ ହନ୍ତସନ୍ତ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧଡ୍ରା ଗ୍ରାମର ଦୁଗ୍ଧ ଚାଷୀ । ଅଧିକ ପଢନ୍ତୁ...

ଦୁଗ୍ଧ ଚାଷୀଙ୍କ ଉପରେ କରୋନା ମାଡ, ଚିନ୍ତାରେ ବ୍ୟବସାୟୀ

author img

By

Published : Apr 26, 2021, 7:32 AM IST

ନବରଙ୍ଗପୁର: ରାଜ୍ୟରେ କୋରୋନା ଦ୍ରୁତ ବେଗରେ ବଢ଼ି ଚାଲିଥିବା ବେଳେ ସରକାର ଜୀବନ ଏବଂ ଜିବିକା ଉଭୟକୁ ଗୁରୁତ୍ବ ଦେଉଛନ୍ତି । କିନ୍ତୁ ନିଜ ଉତ୍ପାଦିତ ଦୁଗ୍ଧକୁ ବିକ୍ରୀ କରି ନପାରି ଏବେ ହନ୍ତସନ୍ତ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧଡ୍ରା ଗ୍ରାମର ଦୁଗ୍ଧ ଚାଷୀ । ଧଡ୍ରା ଠାରେ ରହିଥିବା ଦୁଗ୍ଧ ଶୀତଳିକରଣ କେନ୍ଦ୍ର ଉପରେ ନିର୍ଭର କରନ୍ତି ଝରିଗାଁ ବ୍ଲକର ଧଡ୍ରା, ପୂର୍ଲା, କାରାଗାଁ ସହିତ ଅନେକ ଗ୍ରାମର ଦୁଗ୍ଧ ଚାଷୀ । ପ୍ରତିଦିନ ଏଠାକୁ ଆସେ ପ୍ରାୟ 950 ଲିଟର ଦୁଗ୍ଧ । କିନ୍ତୁ ବର୍ତ୍ତମାନ କୋରୋନା ଯୋଗୁଁ ଓମ୍ଫେଡ୍ ଚାଷୀଙ୍କ ଠାରୁ ଗ୍ରହଣ କରୁନି ଦୁଗ୍ଧ ।

ଦୁଗ୍ଧ ଚାଷୀଙ୍କ ଉପରେ କରୋନା ମାଡ, ଚିନ୍ତାରେ ବ୍ୟବସାୟୀ

ଦୁଗ୍ଧର ମାନ ଖରାପ ଦର୍ଶାଇ ଫେରାଇ ଦେଉଛି ସଂସ୍ଥା । ସଂସ୍ଥାର ସୁପର ଭାଇଜର କହିଛନ୍ତି ଦୁଗ୍ଧର ମାନ ୪ ପଏଣ୍ଟ ଫେଟ ଓ ଲାକ୍ଟୋମିଟର ୨୭ ଆବଶ୍ୟକ । କିନ୍ତୁ ଚାଷୀ ଯେଉଁ ଦୁଗ୍ଧ ଆଣୁଛନ୍ତି ତାହା ନିୟମ ଅନୁସାରେ ନାହିଁ ତେଣୁ ମୁଁ ଦୁଗ୍ଧ ରଖିବି ନାହିଁ ବୋଲି କହୁଛନ୍ତି । ଏପଟେ ଚାଷୀ କହୁଛନ୍ତି ଯେ ସୁପର ଭାଇଜର କିଛି ଦୁଗ୍ଧ ବେପାରୀଙ୍କ ଠାରୁ ଦୁଗ୍ଧ ରଖି ନିଜ ଟାର୍ଗେଟ ପୁରଣ କରୁଛନ୍ତି ଓ ଚାଷୀଙ୍କ ଦୁଗ୍ଧକୁ ଫେରାଇ ଦେଉଛନ୍ତି । ଦୁଗ୍ଧ ନେବାର ୪ ରୁ ୫ ଦିନ ପରେ ଦୁଗ୍ଧ ଖରାପ ବାହାରିବା ଦର୍ଶାଇ ଟଙ୍କା କାଟି ଦିଆଯିବ ବୋଲି ମଧ୍ୟ କହୁଛନ୍ତି ।

ତେଣୁ ଆମେ ଠିକ ସମୟରେ ଆମ ଟଙ୍କା ପାଇପାରୁ ନାହୁଁ ବୋଲି ଚାଷୀ କହିଛନ୍ତି । ଏ ବିଷୟରେ ସଂସ୍ଥାର ଉପରିସ୍ଥ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଅବଗତ କରିଛୁ କିନ୍ତୁ ଆମ କଥା କେହି ଶୁଣୁନାହାନ୍ତି ବୋଲି ମଧ୍ୟ ଚାଷୀ ଅଭିଯୋଗ କରିଛନ୍ତି । ଖାଲି ଦେଖିବାକୁ ବାକି ରହିଲା କେବେ ଦୂର ହେଉଛି ଦୁଗ୍ଧ ଚାଷୀଙ୍କ ଦୁଃଖ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.