ETV Bharat / state

ନାବାଳିକାକୁ ନ୍ୟାୟ ଦାବିରେ ନବରଙ୍ଗପୁରରେ କ୍ୟାଣ୍ଡେଲ ରାଲି

author img

By

Published : Dec 23, 2019, 9:43 PM IST

ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା । ଘଟଣାକୁ 10 ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରିପାରି ନାହିଁ ପୋଲିସ । ସେପଟେ, ପୀଡିତାଙ୍କ ଆତ୍ମାର ସଦଗତି ନିମନ୍ତେ ନବରଙ୍ଗପୁରରେ କ୍ୟାଣ୍ଡେଲ ରାଲି ।

candle march
ନ୍ୟାୟ ଦାବିରେ ନବରଙ୍ଗପୁରରେ କ୍ୟାଣ୍ଡେଲ ରାଲି

ନବରଙ୍ଗପୁର: ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା । ପୀଡିତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଏବଂ ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରି ନବରଙ୍ଗପୁରରେ କ୍ୟାଣ୍ଡେଲ ରାଲି । ପୀଡିତାଙ୍କ ପରିବାର, ଜିଲ୍ଲା କଂଗ୍ରେସ ସହ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହି ରାଲି କରାଯାଇଥିଲା ।

ନ୍ୟାୟ ଦାବିରେ ନବରଙ୍ଗପୁରରେ କ୍ୟାଣ୍ଡେଲ ରାଲି

ଘଟଣାକୁ 10 ଦିନ ବିତିଯାଇଥିଲେ ମଧ୍ୟ, ବର୍ତ୍ତମାନ ସୁଦ୍ଧା ପୋଲିସ କାହାକୁ ଗିରଫ କରିନାହିଁ । ଏପରିକି ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ପାରିନଥିବାବେଳେ କେବଳ ଉପର ଠାଉରିଆ ଭାବେ କିଛି ଯୁବକକୁ ପଚରା ଉଚୁରା କରିଥିବାର ଅଭିଯୋଗ କରିଛନ୍ତି ପ୍ରଦର୍ଶନକାରୀ । ରାଜ୍ୟ ସରକାର କୁନ୍ଦୁଲି ଘଟଣା ଲୁଚାଇବା ପାଇଁ ଜାଣିଶୁଣି ତଦନ୍ତ କରୁଥିବାର ମଧ୍ୟ ଅଭିଯୋଗ କରିଛନ୍ତି ପରିବାର ଓ ପ୍ରଦର୍ଶନକାରୀ ।

ଏହି ରାଲି ସଦାଶିବ ପାର୍କ ଠାରୁ ଆରମ୍ଭ କରି ସହର ପରିକ୍ରମା କରିବା ପରେ ଚର୍ଚ୍ଚ ଠାରେ କ୍ୟାଣ୍ଡେଲ ରାଲି କରାଯାଇଥିଲା । ଘଟଣାରେ ତୁରନ୍ତ ଦୋଷୀଙ୍କ ଗିରଫ ଦାବି କରି ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଆସନ୍ତା ୨୬ ତାରିଖରେ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ଗୁମଣ୍ଡଳୀ ନାବାଳିକା ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କ୍ୟାଣ୍ଡେଲ ରାଲ୍ଲୀ
ଫର୍ମାଟ - ଏଭିବିବି, ୨୩/୧୨/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
----------------------------------------------------
ଆଙ୍କର - ନବରଙ୍ଗପୁର ଜିଲ୍ଲା ର ବହୁଚର୍ଚିତ କୋଷାଗୁମୁଡ଼ା ବ୍ଲକ ଗୁମଣ୍ଡଳୀ ଗ୍ରାମର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣା ରେ ପିଡୀତାଙ୍କ ଆତ୍ମା ର ସଦଗତି ନିମନ୍ତେ ଓ ଘଟଣାରେ ଜଡ଼ିତ ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ କରିବା ଦାବି ରେ ଆଜି ପିଡିତାଙ୍କ ପରିବାର, ନବରଙ୍ଗପୁର ଜିଲ୍ଲା କଂଗ୍ରେସ, ଓ ବିଭିନ୍ନ ସାମାଜିକ ସଙ୍ଗଠନ ତରଫରୁ ନବରଙ୍ଗପୁର ସହରରେ କ୍ୟାଣ୍ଡେଲ ରାଲ୍ଲୀ ଅନୁଷ୍ଠିତ ହୋଇଯାଇଛି । ପିଡିତା ଙ୍କ ଘଟଣାରେ ବର୍ତ୍ତମାନ ସୁଦ୍ଧା ପୋଲିସ ଦୋଷୀ ଙ୍କୁ ଗିରଫ କରି ପର୍ଦା ହଟାଇବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ପ୍ରଦର୍ଶନକାରୀ ମାନେ । ପୋଲିସ ଦୋଷୀ ଙ୍କୁ ଗିରଫ କରି ନ ପାରି କେବଳ ଉପରଠାଉରିଆ ଭାବେ କିଛି ଯୁବକ ଙ୍କୁ ଆଣି ପଚରାଉଚରା କରି ଛାଡି ଦେଉଥିବା ବେଳେ ପ୍ରକୃତ ଦୋଷୀ ଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ରାଜ୍ୟ ସରକାର ନିଜ କୁନ୍ଦୁଲି ଘଟଣା ଭଳି ଉକ୍ତ ଘଟଣାକୁ ଲୁଚାଇବା ପାଇଁ ତଦନ୍ତ ଆଳରେ ଜାଣିଶୁଣି ବିଳମ୍ବ କରାଯାଉଥିବା ଅଭିଯୋଗ କରିଛନ୍ତି ପରିବାର ଓ ପ୍ରଦର୍ଶନକାରି ମାନେ । ତେଣୁ ଦୋଷୀ ଙ୍କୁ ତୁରନ୍ତ ଗିରଫ କରାଯାଇ ଘଟଣା ରେ ପିଡୀତାଙ୍କ ଆତ୍ମାକୁ ତୁରନ୍ତ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି । ଯାହାକୁ ନେଇ ସହର ମଧ୍ୟରେ ଥିବା ସଦାଶିବ ପାର୍କ ଠାରୁ ଆରମ୍ଭ କରି ସହର ପରିକ୍ରମା କରି ଚର୍ଚ୍ଚ ପର୍ଯ୍ୟନ୍ତ କ୍ୟାଣ୍ଡେଲ ରାଲ୍ଲୀ ଅନୁଷ୍ଠିତ ହୋଇଥିଲା ।ଘଟଣାରେ ତୁରନ୍ତ ଦୋଷୀ ଙ୍କୁ ଗିରଫ କରିବା ପାଇଁ ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଆସନ୍ତା ୨୬ ତାରିଖରେ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି ।
ବାଇଟ - ୧- ପିଡିତା ଙ୍କ ବାପା
ବାଇଟ -୨- ମୁନ୍ନା ତ୍ରିପାଠୀ (ଜିଲ୍ଲା କଂଗ୍ରେସ ସଭାପତି)Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.