ETV Bharat / state

ନବରଙ୍ଗପୁର ଚାଷୀଙ୍କ ଦାବି ହେଲା ପୂରଣ, ଇନ୍ଦ୍ରାବତୀ ନଦୀରୁ ହେବ ଜଳସେଚନ

author img

By ETV Bharat Odisha Team

Published : Oct 20, 2023, 4:10 PM IST

ଇନ୍ଦ୍ରାବତୀ ନଦୀରୁ ଚାଷ ଜମିକୁ ହେବ ଜଳସେଚନ । କ୍ୟାବିନେଟରେ ମିଳିଲା ଅନୁମୋଦନ । ଅଧିକ ପଢନ୍ତୁ

cabinet approves irrigation from indravati river

ନବରଙ୍ଗପୁର: ପାର୍ବଣରେ ନବରଙ୍ଗପୁର ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ଇନ୍ଦ୍ରାବତୀ ନଦୀରୁ ଚାଷ ଜମିକୁ ହେବ ଜଳସେଚନ । କ୍ୟାବିନେଟରେ ଏହି ନିଷ୍ପତ୍ତି ହୋଇଥିବା ବିଧାୟକ ସଦାଶିବ ପ୍ରଧାନୀ ଓ ଡାବୁଗାଁ ବିଧାୟକ ତଥା ନବରଙ୍ଗପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ ସୂଚନା ଦେଇଛନ୍ତି । ଏଥି ପାଇଁ 391 କୋଟି 42 ଲକ୍ଷ 43 ହଜାର 60 ଟଙ୍କାର ଟେଣ୍ଡରକୁ କ୍ୟାବିନେଟରେ ଅନୁମୋଦନ ହୋଇଛି । ସ୍ଥାନୀୟ ଏକ ଲଜରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ସୂଚନା ଦିଆଯାଇଛି ।

ଏହି ପ୍ରକଳ୍ପକୁ ନେଇ ବହୁ ଦିନରୁ ଦାବି କରି ଆସୁଥିଲେ ସ୍ଥାନୀୟ ଚାଷୀ। ଇନ୍ଦ୍ରାବତୀରୁ ଚାଷ ଜମିକୁ ଜଳସେଚନ କେବଳ ଏକ ନିର୍ବାଚନୀ ପ୍ରସଙ୍ଗ ହୋଇ ରହିଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଏହାକୁ ବାସ୍ତବ ରୂପ ଦେଇଥିବା ଦୁଇ ବିଧାୟକ କହିଛନ୍ତି । ଦ୍ଵିତୀୟ ପର୍ଯ୍ୟାୟ ପାର୍ବତ୍ୟଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ 10,759 କୋଟି 20 ଲକ୍ଷ ଟଙ୍କା ବ୍ୟୟବରାଦ କରିଥିବା ବେଳେ 2,63,801 ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ହୋଇପାରିବା ନେଇ ଲକ୍ଷ୍ୟ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ-କଣ୍ଟାମାଳରେ ସମ୍ପୂର୍ଣ୍ଣ ହେଉନି ଉଠା ଜଳସେଚନ ପ୍ରକଳ୍ପ, ଚାଷୀ ହନ୍ତସନ୍ତ

ସେଥିମଧ୍ୟରୁ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ନଦୀବନ୍ଧ ଯୋଜନାରୁ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳ ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ଜଳସେଚନ ପାଇଁ ଟେଣ୍ଡରକୁ ଅନୁମୋଦନ କରିଥିବା ବେଳେ ଉକ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ପରେ ଜିଲ୍ଲାର 9900 ହେକ୍ଟର ଜମି ଜଳସେଚନ ହୋଇପାରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ଦୁଇ ବିଧାୟକ ପ୍ରକାଶ କରିଛନ୍ତି । 36 ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାପରେ ଜିଲ୍ଲାର କୃଷକ ମାନେ ଉପକୃତ ହେବେ ଓ ଏହାର ଅଣୁ ଜଳସେଚନ ସୁସଙ୍ଗତା ହେତୁ ପାରମ୍ପରିକ ଧାନ ଫସଲକୁ ଅର୍ଥକାରୀ ଫସଲ କରିବାକୁ ଉତ୍ସାହିତ ହେବେ ବୋଲି ବିଧାୟକ ସଦାଶିବ ପ୍ରଧାନୀ ଓ ମନୋହର ରନ୍ଧାରୀ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଜଳଛାୟା ବିଭାଗରେ ଦୁର୍ନୀତି ଅଭିଯୋଗ, ବିକ୍ଷୋଭ କଲେ ଚାଷୀ

ଏନେଇ ବିଧାୟକ ସଦାଶିବ ପ୍ରଧାନୀ କହିଛନ୍ତି ଯେ, ନବରଙ୍ଗପୁର ଜିଲ୍ଲାବାସୀଙ୍କ ପାଇଁ ଏକ ଖୁସି ଖବର । ଦୀର୍ଘ ଦିନର ଦାବି ପୂରଣ ହୋଇଛି । ଇନ୍ଦିରାବତୀ ନଦୀରୁ ଚାଷ ଜମିକୁ ଜଳସେଚନ ପାଇଁ କ୍ୟାବିନେଟରେ ଏହି ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀ ମୋହର ମାରିଛନ୍ତି । ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ।

ଇଟିଭି ଭାରତ,ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.