ETV Bharat / state

ପ୍ରଶାସନ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲା BJP, ଦେଲା 15 ଦିନ ସମୟ

author img

By

Published : Jan 4, 2023, 11:15 AM IST

ନଗରପାଳଙ୍କୁ ଦୁର୍ବବ୍ୟବହାର ଘଟଣାରେ ବିଜେପି କରିଥିବା ଆନ୍ଦୋଳନ ପ୍ରାତ୍ୟାହୃତ ହୋଇଛି ( bjp protest called off ) । ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଧାରଣାରୁ ହଟିଛି ଜିଲ୍ଲା ବିଜେପି । ଅଧିକ ପଢନ୍ତୁ

bjp protest called off
ପ୍ରଶାସନ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲା BJP
bjp protest called off

ନବରଙ୍ଗପୁର: ନଗରପାଳଙ୍କୁ ଦୁର୍ବବ୍ୟବହାର ଘଟଣାରେ ମଙ୍ଗଳବାର 12 ଘଣ୍ଟିଆ ବନ୍ଦ ପାଳିଥିଲା ଜିଲ୍ଲା ବିଜେପି । ପ୍ରଶାସନ ସହ ଆଲୋଚନା ବିଫଳ ହେବାରୁ ବନ୍ଦ ଡାକରା ଦେଇଥିଲା ବିଜେପି । ବନ୍ଦରେ ଚକ ଅଖ ବନ୍ଦ ହୋଥିଲା । ଜାତୀୟ ରାଜପଥକୁ ଅବରୋଧ କରିବା ଦ୍ବାରା ହଜାର ହଜାର ଗାଡି ସହର ବାହାରେ ଦୁଇ ପାର୍ଶ୍ଵରେ ଅଟକି ରହିଥିଲା । ଯାତ୍ରୀମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବାର ଦେଖିବାକୁ ମିଳିଥିଲା । ପ୍ରଶାସନ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲା ଜିଲ୍ଲା ବିଜେପି ( bjp protest called off ) । 15 ଦିନ ମଧ୍ୟରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରାଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛି ବିଜେପି ।

ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ନିଜେ ଜିଲ୍ଲାପାଳ ଆସି ବିଜେପିର ଏକ ପ୍ରତିନିଧି ଦଳ ସହ ଆଲୋଚନା କରିଥିଲେ । ଏବଂ ଧାରଣାରୁ ଉଠିବା ପାଇଁ ନିବେଦନ କରିଥିଲେ । ତେବେ ଜିଲ୍ଲାପାଳଙ୍କ କଥାକୁ ମାନି ବିଜେପି ଧାରଣା ପ୍ରତ୍ୟାହୃତ କରିବା ସହ ଜିଲ୍ଲା ପ୍ରଶାସନକୁ ୧୫ ଦିନର ସମୟ ଦେଇଛନ୍ତି । ଆଗାମୀ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନନେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଏବଂ ଜିଲ୍ଲା ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ଘଟଣା ପରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ ଡାକି ସମସ୍ତ ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିଛି । ଏହି ବନ୍ଦ ଦ୍ବାରା ସାଧାରଣ ଜନତା ଯଦି ହଇରାଣ ହୋଇଛନ୍ତି ତେବେ ସମସ୍ତଙ୍କ ପାଖରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛି ଦଳ ।

ଏହି ବି ପଢନ୍ତୁ...ନଗରପାଳଙ୍କୁ ଦୁର୍ବ୍ୟବହାର ଘଟଣା, 12 ଘଣ୍ଟିଆ ବନ୍ଦ ପାଳୁଛି ବିଜେପି

ଗତ ୧ ତାରିଖ ନବବର୍ଷ ଦିନ ହକି ବିଶ୍ବକପ ଟ୍ରଫିର ସ୍ବାଗତ କାର୍ଯ୍ୟକ୍ରମ ସମୟରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାଶ ନବରଙ୍ଗପୁର ନଗରପାଳଙ୍କୁ 'ହୁ ଆର ୟୁ' ଏବଂ ତୁମେ ପ୍ରୋଟକଲ ଜାଣି ନାହଁ କି ବୋଲି କହି ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି । ଯାହାର ପ୍ରତିବାଦରେ ଗତ ସୋମବାର ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ମାନେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ମୁଖ୍ୟ ଫାଟକ ତାଲା ଦେଇ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ଆସି ନଗରପାଳଙ୍କୁ କ୍ଷମା ମାଗିବା ପାଇଁ ଦାବି କରିଥିଲା ବିଜେପି । ପରବର୍ତ୍ତୀ ମୁହୂର୍ତ୍ତରେ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ପୋଲିସ ରାସ୍ତା ଅବରୋଧକାରୀ ବିଜେପି କର୍ମକର୍ତ୍ତାଙ୍କୁ ଉଠାଇ ନେଇଥିଲ । ଯାହାକୁ ନେଇ ପ୍ରତିବାଦରେ ଗତ ମଙ୍ଗଳବାର ନବରଙ୍ଗପୁର ମ୍ୟୁନିସିପାଲିଟି ଅଞ୍ଚଳ ବନ୍ଦ ପାଳନ କରିଛି ବିଜେପି । ଜଣେ IAS ଅଧିକାରୀ ହୋଇ ନିର୍ବାଚିତ ପ୍ରତିନିଧିଙ୍କୁ ଏଭଳି ଆଚରଣ ପ୍ରଦର୍ଶନ କରିବା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହଁ ଏବଂ ଅଧିକାରୀ ଜଣକ କ୍ଷମା ମାଗନ୍ତୁ ବୋଲି ଅଡି ବସିଛି ଜିଲ୍ଲା BJP ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.