ETV Bharat / state

ନବରଙ୍ଗପୁରରେ ଇନ୍ଦ୍ରାବତୀ ରାଜନୀତି, ସରକାରଙ୍କ ଉପରେ ଦୋଷ ଲଦିଲା ବିଜେପି - nabarangpur indravati mega lift irrigation

ନବରଙ୍ଗପୁରରେ ଥିବା ଇନ୍ଦ୍ରାବତୀ, କପୁର, ମୁରାନ, ପଡ଼ାଗଡ଼ର ଉପର ମୁଣ୍ଡରେ ଡ୍ୟାମ କରାଯାଇ କଳାହାଣ୍ଡିରେ ଜଳ ସେଚନ କରାଯାଉଥିବା ବେଳେ ନବରଙ୍ଗପୁରର ତଳ ମୁଣ୍ଡରେ ଥିବା ଜମିଗୁଡିକ ଜଳ ସେଚନ ଅଭାବରୁ ମରୁଡି ପଡ଼ିଗଲାଣି । ଏଭଳି ଅଭିଯୋଗ କରି ନବରଙ୍ଗପୁର ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...

ନବରଙ୍ଗପୁରରେ ଇନ୍ଦ୍ରାବତୀ ରାଜନୀତି, ବିଜେପିର ସାମ୍ବାଦିକ ସମ୍ମିଳନୀ

author img

By

Published : Jan 16, 2021, 6:58 AM IST

ନବରଙ୍ଗପୁର: ଜିଲ୍ଲାର ଚୀରସ୍ରୋତା ନଦୀ ଇନ୍ଦ୍ରାବତୀର ପାଣି ବ୍ୟବହାର କରି କଳାହାଣ୍ଡି ଶସ୍ୟଶ୍ୟାମଳା ହୋଇପାରିଛି । ନବରଙ୍ଗପୁର ଜିଲ୍ଲାର ପାଣିରୁ ବିଦ୍ୟୁତ ବାହାରକରି ସରକାର କୋଟି କୋଟି ଟଙ୍କା ରାଜସ୍ବ ଆଦାୟ କରୁଛନ୍ତି । ଇନ୍ଦ୍ରାବତୀ ନଦୀରେ ଡ୍ୟାମ କରିବା ଫଳରେ ନବରଙ୍ଗପୁର ଜିଲ୍ଲା ବାସୀ ବିସ୍ଥାପିତ ହେଲେ କିନ୍ତୁ କଳାହାଣ୍ଡିରେ ସୁନା ଫଳିଲା । ଏକ ଲକ୍ଷରୁ ଅଧିକ ଜମିକୁ ଜଳସେଚନ ହୋଇପାରିଲା । ଏବେ ପୁଣି ସରକାର ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ଲିଫ୍ଟ ଜରିଆରେ ଜଳସେଚନ ସୁଵିଧା କରିଛନ୍ତି । ଯାହାକି ନବରଙ୍ଗପୁର ଜିଲ୍ଲାର ଚାଷୀଙ୍କ ପାଇଁ ଅଭିଶାପ ସଦୃଶ । ଏଭଳି ଅଭିଯୋଗ କରି ନବରଙ୍ଗପୁର ଜିଲ୍ଲା ବିଜେପି ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି ।

ନବରଙ୍ଗପୁରରେ ଇନ୍ଦ୍ରାବତୀ ରାଜନୀତି, ବିଜେପିର ସାମ୍ବାଦିକ ସମ୍ମିଳନୀ

ନବରଙ୍ଗପୁରରେ ଥିବା ଇନ୍ଦ୍ରାବତୀ, କପୁର, ମୁରାନ, ପଡ଼ାଗଡ଼ର ଉପର ମୁଣ୍ଡରେ ଡ୍ୟାମ କରାଯାଇ କଳାହାଣ୍ଡି ଜିଲ୍ଲାରେ ଜଳ ସେଚନ କରାଯାଇଛି । ଯାହାଫଳରେ କଳାହାଣ୍ଡି ଜିଲ୍ଲାର ଏକ ଲକ୍ଷ ହେକ୍ଟର ଜମି ଜଳସେଚିତ ହୋଇପାରିଥିବା ବେଳେ ନବରଙ୍ଗପୁର ଜିଲ୍ଲାର ତଳ ମୁଣ୍ଡରେ ଥିବା ଜମି ଗୁଡିକ ଜଳ ସେଚନ ଅଭାବରୁ ମରୁଡି ଗ୍ରସ୍ତ ହୋଇସାରିଛି। ଅନ୍ୟପକ୍ଷରେ କଳାହାଣ୍ଡିରେ ପୁଣି ୨୦ ହଜାର ହେକ୍ଟର ଜମିକୁ ଜଳସେଚନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶୁଭଦେଇଛନ୍ତି ।

ପୂର୍ବରୁ ନବରଙ୍ଗପୁରର ଯେଉଁ ୫ଟି ଇରିଗେସନ ପ୍ରୋଜେକ୍ଟ କରିବା ପାଇଁ ପ୍ରସ୍ତାବିତ ଥିଲା ସେଥିମଧ୍ୟରୁ ଅଙ୍ଗୀ ନଦୀ, ଭାସ୍କେଲ ନଦୀ, ନଦୀ ,ଏବଂ ତେଲ ନଦୀ ଟେନ ଇଣ୍ଟିଗ୍ରେଟେଡ଼ ପ୍ରୋଜେକ୍ଟ ପ୍ରସ୍ତାବ ଏ ଯାଏଁ ହୋଇପାରିଲା ନାହିଁ । ତେଣୁ ଯଥାଶୀଘ୍ର ଉକ୍ତ ପ୍ରୋଜେକ୍ଟ ଗୁଡିକର କାମ ଆରମ୍ଭ କରିବା ପାଇଁ ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.