ETV Bharat / state

ନଗରପାଳଙ୍କୁ ଦୁର୍ବ୍ୟବହାର ଘଟଣା, 12 ଘଣ୍ଟିଆ ବନ୍ଦ ପାଳୁଛି ବିଜେପି

author img

By

Published : Jan 3, 2023, 12:48 PM IST

Updated : Jan 3, 2023, 1:08 PM IST

ନଗରପାଳଙ୍କୁ ଦୁର୍ବବ୍ୟହାର ଘଟଣାରେ 12 ଘଣ୍ଟିଆ ନବରଙ୍ଗପୁର ମୁନୁସିପାଲିଟି ବନ୍ଦ ପାଳନ କରିଛି ଜିଲ୍ଲା ବିଜେପି ( bjp observes nabarangpur bandh ) । ଅଧିକ ପଢନ୍ତୁ

bjp observes nabarangpur bandh
ନଗରପାଳଙ୍କୁ ଦୁର୍ବ୍ୟବହାର ଘଟଣା, 12 ଘଣ୍ଟିଆ ବନ୍ଦ ପାଳୁଛି ବିଜେପି
ନଗରପାଳଙ୍କୁ ଦୁର୍ବ୍ୟବହାର ଘଟଣା, 12 ଘଣ୍ଟିଆ ବନ୍ଦ ପାଳୁଛି ବିଜେପି

ନବରଙ୍ଗପୁର: ଜିଲ୍ଲା ନଗରପାଳଙ୍କୁ ଦୁର୍ବବ୍ୟହାର ଘଟଣାରେ ଗର୍ଜିଛି ବିଜେପି । ପ୍ରତିବାଦରେ 12 ଘଣ୍ଟିଆ ନବରଙ୍ଗପୁର ମୁନୁସିପାଲିଟି ବନ୍ଦ ପାଳନ କରିଛି ଜିଲ୍ଲା ବିଜେପି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ସମୟରେ ନବରଙ୍ଗପୁର ସହରର ବିଭିନ୍ନ ସ୍ଥାନ ଓ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ଜିଲ୍ଲା ବିଜେପିର କର୍ମକର୍ତ୍ତା । ରାସ୍ତାଘାଟ ଶୂନଶାନ ହୋଇଛି । ଅତ୍ୟାବଶ୍ୟକ ସେବାରୁ ବନ୍ଦ ଡାକରାକୁ ବାଦ ରଖାଯାଇଛି ।

ନବରଙ୍ଗପୁର ନଗରପାଳ କୁନୁ ନାୟକଙ୍କୁ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାଶଙ୍କ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ କରି ପ୍ରତିବାଦରେ ନବରଙ୍ଗପୁର ମୁନିସିପାଲଟି ଅଞ୍ଚଳ ତଥା ନବରଙ୍ଗପୁର ସହର ବନ୍ଦ ପାଳନ କରିଛି ଜିଲ୍ଲା ବିଜେପି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ସମୟରେ ନବରଙ୍ଗପୁର ସହରର ବିଭିନ୍ନ ସ୍ଥାନ ଓ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ଜିଲ୍ଲା ବିଜେପିର କର୍ମକର୍ତ୍ତା । ଯାହା ଫଳରେ ସହର ଭିତର ଦେଇ ଯାତାୟାତ ବାଧା ପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଗାଡ଼ି ଅଟକି ରହିଛି । ଏହାସହ ସହର ମଧ୍ୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

ଏହା ବି ପଢନ୍ତୁ...ନଗରପାଳଙ୍କୁ ଦୁର୍ବ୍ୟବହାର ଘଟଣା, BJPର ନବରଙ୍ଗପୁର ବନ୍ଦ ଡାକରା

ଗତ ୧ ତାରିଖ ନବବର୍ଷ ଦିନ ହକି ବିଶ୍ବକପ ଟ୍ରଫିର ସ୍ବାଗତ କାର୍ଯ୍ୟକ୍ରମ ସମୟରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାଶ ନବରଙ୍ଗପୁର ନଗରପାଳଙ୍କୁ 'ହୁ ଆର ୟୁ' ଏବଂ ତୁମେ ପ୍ରଟୋକଲ ଜାଣି ନାହଁ କି ବୋଲି କହି ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି । ଯାହାର ପ୍ରତିବାଦରେ ଗତକାଲି (ସୋମବାର) ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ମାନେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ମୁଖ୍ୟ ଫାଟକ ତାଲା ଦେଇ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ଆସି ନଗରପାଳଙ୍କୁ କ୍ଷମା ମାଗିବା ପାଇଁ ଦାବି କରିଥିଲା ବିଜେପି । ପରବର୍ତ୍ତୀ ମୁହୂର୍ତ୍ତରେ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ପୋଲିସ ରାସ୍ତା ଅବରୋଧକାରୀ ବିଜେପି କର୍ମକର୍ତ୍ତାଙ୍କୁ ଉଠାଇ ନେଇଥିଲ । ଆଜି ପ୍ରତିବାଦରେ ନବରଙ୍ଗପୁର ମୁନୁସିପାଲିଟି ଅଞ୍ଚଳ ବନ୍ଦ ପାଳନ କରୁଛି ଜିଲ୍ଲା ବିଜେପି । ଜଣେ IAS ଅଧିକାରୀ ହୋଇ ନିର୍ବାଚିତ ପ୍ରତିନିଧିଙ୍କୁ ଏଭଳି ଆଚରଣ ପ୍ରଦର୍ଶନ କରିବା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହଁ ଏବଂ ଅଧିକାରୀ ଜଣକ କ୍ଷମା ମାଗନ୍ତୁ ବୋଲି ଅଡି ବସିଛି ଜିଲ୍ଲା BJP ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Jan 3, 2023, 1:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.