ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ପୂର୍ବତନ ରାଜନୀତି ମୈଦାନର ଚାଣକ୍ୟ ତଥା ପୂର୍ବତନ ମନ୍ତ୍ରୀ ଓ ସାତ ଥରର ନବରଙ୍ଗପୁର ବିଧାୟକ ଜନାଵ ହାବିବୁଲା ଖାଁଙ୍କ ଭଉଣୀ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ମୁନା ଖାଁଙ୍କ ପିଉସୀ ଆଲିଆ ବେଗମ ଏବଂ ତାଙ୍କ ସାନ ପୁଅ ମି. ଆରିଫ ହୁସେନ ବିଧିବଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆର୍ଦଶରେ ଅନୁପ୍ରାଣିତ ହୋଇ ଭାଜପାରେ ସାମିଲ ହୋଇଛନ୍ତି । ଆଲିଆ ବେଗମଙ୍କ ସାମିଲି ହେବା ପରେ ବିଜେପି ଆହୁରି ଅଧିକ ଶକ୍ତିଶାଳୀ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
![ମୁନ୍ନା ଖାଁଙ୍କ ପରିବାର ସଦସ୍ୟ ବିଜେପିରେ ସାମିଲ](https://etvbharatimages.akamaized.net/etvbharat/prod-images/od-ngp-alia-begum-joining-bjp-taragaon-od10028_14022022170215_1402f_1644838335_82.jpg)
ରାଜ୍ଯ କାର୍ଯ୍ଯକାରୀଣି ସଦସ୍ଯ ଗୌରିଶଙ୍କର ମାଝୀ ଉପସ୍ଥିତରେ ଏହି ମିଶ୍ରଣ ପର୍ବରେ ଅନୁଷ୍ଠିତ ହୋଇଥିଲା । ତେବେ ଆଗାମୀ ଦିନରେ ଏହା ବିଜେପିକୁ କେତେ ଶକ୍ତି ପ୍ରଦାନ କରୁଛି ଦେଖିବାକୁ ରହିଲା ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ