ETV Bharat / state

କୋରୋନା ପରିଚାଳନା କମିଟିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଲା ବିଜେପି

author img

By

Published : Aug 9, 2020, 7:31 AM IST

କୋରୋନା ପରିଚାଳନା କମିଟିରେ ବ୍ୟାପକ ଅନିୟମିତତା ଅଭିଯୋଗ । ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲାପାଳଙ୍କୁ ପଚାରିଲା 22 ଗୋଟି ପ୍ରଶ୍ନ । ଅଧିକ ପଢନ୍ତୁ....

bjp has accused the Corona Steering Committee of widespread irregularities
କୋରୋନା ପରିଚାଳନା କମିଟିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଲା ବିଜେପି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କୋରୋନା ପରିଚାଳନା କମିଟିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ୨୨ ଗୋଟି ପ୍ରଶ୍ନ ଗଣମାଧ୍ୟମ ଜରିଆରେ ପଚାରିଛି ବିଜେପି । ମୁଖ୍ୟତଃ ଦୀର୍ଘ ଦିନ ଧରି ଜିଲ୍ଲାରେ ସାନିଟାଇଜ ନକରିବା,କଣ୍ଟେନମେଣ୍ଟ ଜୋନ ଗୁଡିକୁ ନିୟମ ଅନୁଯାୟୀ ସୁବିଧା ଯୋଗାଇ ନଦେବା, କୋରୋନା ସଂକ୍ରମିତ ରୋଗୀଙ୍କୁ ଦୁଇ ଚାରିଦିନ କୋଭିଡ ମେଡିକାଲରେ ଚିକିତ୍ସା କରି ଘରକୁ ଛାଡ଼ିଦେବା ଭଳି ଅନେକ ପ୍ରଶ୍ନ କରିଥିଲା ବିଜେପି ।

ଜିଲ୍ଲାପାଳ ସଂକ୍ରମିତଙ୍କୁ ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିବା, ଜିଲ୍ଲାକୁ ସଟଡାଉନ ଘୋଷଣା କରିବାର କେଇ ଘଣ୍ଟା ପୂର୍ବରୁ ସୂଚନା ଦେବା ଓ ମନରେଗା କାର୍ଯ୍ୟରେ ଅନ୍ୟ ରାଜ୍ୟରୁ ଘରକୁ ଫେରିଥିବା ଶ୍ରମିକ ମାନଙ୍କୁ କାମ ନଯୋଗାଇ ମେସିନ ଯୋଗେ କାମ କରେଇବା ଭଳି ୨୨ ଗୋଟି ପ୍ରଶ୍ନ ଜିଲ୍ଲାପାଳଙ୍କୁ ପଚାରିଛି । ଯଦି ଏହାର ଉତ୍ତର ନମିଳେ ତାହେଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ଜିଲ୍ଲା ବିଜେପି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.