ETV Bharat / state

ବିଜେପି କାର୍ଯ୍ୟକାରିଣୀରେ ନିଷ୍ପତ୍ତି, ଆବାସ ଚଞ୍ଚକତା ଅଭିଯୋଗରେ ବ୍ଲକ ଅଫିସ ଘେରିବେ କର୍ମକର୍ତ୍ତା - ବିଜେପି

ନବରଙ୍ଗପୁରରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

bjp executive meeting in nabarangapur
bjp executive meeting in nabarangapur
author img

By

Published : Jan 29, 2023, 8:49 AM IST

ନବରଙ୍ଗପୁର: ଜିଲ୍ଲା ପାପଡାହାଣ୍ଡି ହରିଣ ଉଦ୍ୟାନ ନିକଟରେ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବ କାର୍ଯ୍ୟକାରିଣୀର ଚିଠା ପ୍ରସ୍ତାବ ପାଠ କରାଯିବା ସହ ଅନୁଷ୍ଠିତ କାର୍ଯ୍ୟକାରିଣୀର ଚିଠା ପ୍ରସ୍ତାବ ପାରିତ ହୋଇଛି । ଆଗାମି ନିର୍ବାଚନ ପାଇଁ ରଣନିତୀ ପ୍ରସ୍ତୁତ କରିବା, କେନ୍ଦ୍ରର ସମସ୍ତ ନିର୍ଦ୍ଦେଶକୁ ବୁଥ୍ ସ୍ତରରେ କାର୍ଯ୍ୟକାରୀ କରିବା, କେନ୍ଦ୍ର ସରକାରଙ୍କ ସମସ୍ତ ଜନହିତକର ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବା ଉପରେ ଗୁରୁତ୍ବ ଦେବାକୁ ଆଲୋଚନା ହୋଇଛି ।

ଓଡ଼ିଶାର ସମସ୍ତ ପରିବାରକୁ ଛାତ ଯୋଗାଇ ଦେବା ଉଦ୍ଧେଶ୍ୟରେ ୯ ଲକ୍ଷ ୫୮ ହଜାର ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇ ଦେଇ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି କର୍ମକର୍ତ୍ତା । ଜଣେ ବି ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଞ୍ଚିତ ନ ହେବା ଦିଗକୁ ଗୁରୁତ୍ବ ଦେବାକୁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅବଗତ କରାଯାଇଥିଲା । ଜାନୁଆରୀ ୩୧ ତାରିଖରୁ ହିତାଧିକାରୀ ଚୟନରେ ଚଞ୍ଚକତା ବିରୋଧରେ ପ୍ରତିବାଦ ସ୍ୱରୂପ ବ୍ଲକ ଅଫିସ ଘେରାଉ କରି ଗରୀବ ନିରୀହଙ୍କ ହକ୍‌ ଛଡ଼ାଇ ଆଣିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଜଗଦିଶ ବିଷୋୟୀ ସଭାପତିତ୍ବ କରିଥିଲେ ଅତିଥି ଭାବେ ବିଗତ ଦିନରେ ଝାରଖଣ୍ଡ ରାଜ୍ୟ ପ୍ରଭାରୀ ରହି ଭାରତୀୟ ଜନତା ପାର୍ଟିକୁ ସରକାର ଗଢିବାରେ ମୂଖ୍ୟ ଭୂମିକା ନିର୍ବାହ କରିଥିଲେ ।

ଜାନୁଆରୀ 22 ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସରକାର ଗଠନ ଏବଂ ଅଧିକ ଲୋକସଭା ସିଟ ଜିତିବା ଲକ୍ଷ୍ୟ ନେଇ ବୈଠକରେ ଆଲୋଚନା ହୋଇଥିଲା । 2024 ପାଇଁ ରାଜ୍ୟସ୍ତରରେ ଦଳ କିପରି ମଜଭୁତ ହେବ ସେନେଇ ବୈଠକରେ ମାନସ ମନ୍ଥନ ହୋଇଥିଲା । ଏହା ସହିତ ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ମୋଦି ଦେଇଥିବା ୨ ସୂତ୍ରୀ ମନ୍ତ୍ର ନେଇ ରାଜ୍ୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ଗତ ଜାନୁଆରୀ 16 ତାରିଖରେ ନୂଆଦିଲ୍ଲୀରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ବୈଠକ ବସିଥିଲା । ବୈଠକରେ 2024 ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିଲା ।

ରଞ୍ଜନ ପଟେଲ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଲୋକସଭା ପ୍ରଭାରୀ ମନିଜର ଆର୍ଯ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀ, ଶ୍ରୀ ଆଶୋକ ପାଢ଼ୀ ଜିଲ୍ଲା ସାଧାରଣ ସମ୍ପାଦକ, ଅଚ୍ୱତା ନନ୍ଦ ବିଷୋୟୀ, ଜିଲ୍ଲା ସାଧାରଣ ସମ୍ପାଦକ, ଉପ ସଭାପତି ସନାତନ ତ୍ରିପାଠୀ ଜିଲ୍ଲା ମିଡିଆ ପ୍ରଭାରୀ, ଦେବଦାସ ମହାଙ୍କୁଡ ସହ ଜିଲ୍ଲାର ଶହସ୍ରାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ସଭା ଶେଷରେ ସଭାପତିଙ୍କୁ ଧନ୍ୟବାଦ ପୂର୍ବକ ସଭା ଭଙ୍ଗ ହୋଇଥିଲା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.