ETV Bharat / state

ବାଇକରୁ ଛିଟିକି ପଡି ଯୁବକ ମୃତ

କୋଷାଗୁମୁଡା ଥାନା ଅନ୍ତର୍ଗତ ମାଝୀଗୁଡା ଗ୍ରାମ ନିକଟରେ ଦଶାହ କାର୍ଯ୍ୟରେ ଯୋଗ ଦେବାପାଇଁ ଯାଉଥିବା ବେଳେ ବାଇକରୁ ଭାରସାମ୍ୟ ହରାଇ ଛିଟିକି ପଡି ଯୁବକ ମୃତ । ଅଧିକ ପଢନ୍ତୁ...

bike accident in kosagumuda one death
ବାଇକରୁ ଭାରସାମ୍ୟ ହରାଇ ଛିଟିକି ପଡି ଯୁବକ ମୃତ
author img

By

Published : Mar 18, 2020, 11:43 PM IST

ନବରଙ୍ଗପୁର: ବାଇକ ଦୁର୍ଘଟଣାରେ ଯୁବକ ମୃତ୍ୟୁ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ମାଝୀଗୁଡା ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ବିଏମ. ସେମେଳା ପଞ୍ଚାୟତ ଅନ୍ତର୍ଗତ ଦାଡିଆମାଝୀଗୁଡା ଗ୍ରାମର ଅର୍ଜୁନ ଭତରା ଏକ ବାଇକ ଯୋଗେ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଆଉଁଳି ଗ୍ରାମକୁ ଯାଉଥିଲେ। ଏହି ସମୟରେ ମାଝୀଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବାଇକରୁ ଛିଟିକି ପଡିଯାଇଥିଲେ । ଏତିକି ବେଳକୁ କିଛି ଲୋକ ଏହି ରାସ୍ତା ଦେଇ ଯାଉଥିବା ଘଟଣାକୁ ଦେଖି ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଡାକିଥିଲେ । ଆମ୍ବୁଲାନ୍ସ ଆସି ଦୁର୍ଘଟଣା ଗସ୍ତ ଯୁବକକୁ କୋଷାଗୁମୁଡା ଗୋଷ୍ଠିସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଖବର ପାଇ କୋଷାଗୁମୁଡା ଥାନା ଅଧିକାରୀ ନଟବର ନନ୍ଦ ଘଟଣାସ୍ଥଳକୁ ଯାଇ ଦୁର୍ଘଟଣା ଗସ୍ତ ବାଇକକୁ ଜବତ କରିଛନ୍ତି । ଏହା ସହ ମୃତଦେବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । କୋଷାଗୁମୁଡା ଥାନାରେ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.