ETV Bharat / state

ନବରଙ୍ଗପୁରରେ ବିଜୁ ଜୟନ୍ତୀ ପାଳିତ

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି ।

biju jayanti celebration in nabarangpur
ନବରଙ୍ଗପୁରରେ ବିଜୁ ଜୟନ୍ତୀ ପାଳିତ
author img

By

Published : Mar 5, 2020, 1:34 PM IST

ନବରଙ୍ଗପୁର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି ।

ନବରଙ୍ଗପୁରରେ ବିଜୁ ଜୟନ୍ତୀ ପାଳିତ

ଜିଲ୍ଲା ବିଜେଡି ସଭାପତି ତଥା ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ନେତୃତ୍ବରେ ଶତାଧିକ ବିଜେଡି କର୍ମୀ ସହରର ମାଝିଗୁଡା ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ବିଜୁ ବାବୁଙ୍କ ନିସ୍ବାର୍ଥପର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ ।

ଏଥିସହ ଜିଲ୍ଲା ସଭାପତିଙ୍କ ନେତୃତ୍ବରେ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ବର୍ତ୍ତମାନ ପରିସ୍ଥିତିରେ ନବରଙ୍ଗପୁର ଜିଲ୍ଲାରେ ହେଉଥିବା ଉନ୍ନତିମୂଳକ କାର୍ଯ୍ୟକ୍ରମରେ ବିଜୁ ବାବୁଙ୍କ ମୁଖ୍ୟ ଭୂମିକା ରହିଥିବା ଜିଲ୍ଲା ସଭାପତି ରମେଶ ମାଝୀ ପ୍ରକାଶ କରିଛନ୍ତି । ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ହିଁ ନବରଙ୍ଗପୁର ଏକ ଜିଲ୍ଲାର ଆଖ୍ୟା ପାଇଥିଲା ଯାହାର ଫଳସ୍ବରୂପ ଆଜି ବହୁ ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁଥିବା ରମେଶ ମାଝୀ କହିଛନ୍ତି ।

ନବରଙ୍ଗପୁରରୁ ତପନ ବିଶୋଇ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.