ETV Bharat / state

୩୦ ଘଣ୍ଟା ପରିଶ୍ରମ ପରେ ଗଛରୁ ଓହ୍ଲାଇଲା ଭାଲୁ

author img

By

Published : Jan 24, 2022, 6:37 PM IST

ଦୀର୍ଘ ୩୦ ଘଣ୍ଟାର ପରିଶ୍ରମ ପରେ ଗଛରୁ ଉଦ୍ଧାର ହେଲା ଭାଲୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନାୟକଗୁଡା ଗାଁକୁ ଖାଦ୍ୟ ଅନ୍ବେଷଣରେ ଆସି ଗଛରେ ଚଢି ଯାଇଥିଲା ଭାଲୁ । ଅଧିର ପଢନ୍ତୁ

ବନ ବିଭାଗର ୩୦ ଘଣ୍ଟା ପରିଶ୍ରମ ପରେ ଗଛରୁ ଉଦ୍ଧାର ହେଲା ଭାଲୁ

ନବରଙ୍ଗପୁର : ଦୀର୍ଘ ୩୦ ଘଣ୍ଟାର ପରିଶ୍ରମ ପରେ ଗଛରୁ ଉଦ୍ଧାର ହେଲା ଭାଲୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନାୟକଗୁଡା ଗାଁକୁ ଖାଦ୍ୟ ଅନ୍ବେଷଣରେ ଆସି ଗଛରେ ଚଢି ଯାଇଥିଲା ଭାଲୁ । ଶେଷରେ ବନ ବିଭାଗ ଟ୍ରାଙ୍କୁଲାଇଜ କରି ଭାଲୁକୁ ଉଦ୍ଧାର କରିଛି ।

ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡ଼ା ପଞ୍ଚାୟତ ନାୟକଗୁଡ଼ା ଗାଁ । ଗତକାଲି(ଶନିବାର) ରାତିରେ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପସି ଆସିଥିଲା ଭାଲୁ । ଜଙ୍ଗଲକୁ ଫେରି ନ ପାରି ଗଛ ଉପରେ ଚଢି ଯାଇଥିଲା ।

ଅନ୍ୟପଟେ ଘଟଣାସ୍ଥଳରେ ଉମରକୋଟ ବନ ବିଭାଗ ପହଞ୍ଚି ଭାଲୁକୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଥିଲା । ଗଛ ତଳେ ଥିବା ଲୋକଙ୍କୁ ଘଉଡ଼ାଇ ଥିଲା । ଏହାସହ ଗଛ ତଳେ ଭାଲୁର ପ୍ରିୟ ଖାଦ୍ୟ ଦ୍ରବ୍ୟ ସବୁ ଦିଆଯାଇଥିଲା ।

କିନ୍ତୁ ଭାଲୁ ଗଛରୁ ତଳକୁ ଓହ୍ଲାଇ ନ ଥିଲା । ଗଛ ଚାରି ପାଖରେ ନେଟ ଘୋଡାଇ ଜଗି ରହିଥିଲା ବନ ବିଭାଗର ଏକ ଟିମ । ଏହାସହ ପାପଡାହାଣ୍ଡି ଠାରୁ ବନ ବିଭାଗର ରେସକ୍ୟୁ ଟିମ ଆସି ଭାଲୁକୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଥିଲା ।

ଏହାବି ପଢନ୍ତୁ : ଗଛରେ ଚଢିଛି ଭାଲୁ, ଆତଙ୍କିତ ଅଞ୍ଚଳବାସୀ

ଉଦ୍ଧାରକାରୀ ଟିମର ସଦସ୍ୟମାନେ ଭାଲୁକୁ ଟ୍ରାଙ୍କୁଲାଇଜ କରି ଭାଲୁ ଗଛରୁ ଉଦ୍ଧାର କରିଥିଲେ । ଭାଲୁ ଅଚେତ ଅବସ୍ଥାରେ ଥିବାରୁ ଭାଲୁକୁ ବନ ବିଭାଗ ଏକ ଅଜଣା ସ୍ଥାନକୁ ନେଇଛି । ଚେତା ଫେରିବା ପରେ ଭାଲୁକୁ ଚିକିତ୍ସା କରି ଜଙ୍ଗଲ ଭିତରେ ଛାଡି ଦିଆଯିବ ବୋଲି ସୂଚନା ଦେଇଛି ବନ ବିଭାଗ ।

ନବରଙ୍ଗପୁର ତପନ କୁମାର ବିଷୋୟୀ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.