ନବରଙ୍ଗପୁର:ମନ୍ଦିର ଭିତରେ ଭାଲୁ । ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ତାରିଣୀ ମନ୍ଦିର ପରିସରରେ ରବିବାର ଏକ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ଭାଲୁଟି ପାଚେରୀ ଡେଇଁ ମନ୍ଦିରକୁ ପ୍ରବେଶ କରିଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏହାପରେ ଭାଲୁଟି ଦାନ ଜମି ଦେଇ ମନ୍ଦିରରୁ ବାହାରି ପଳାଇଥିଲା । କାହାର କିଛି କ୍ଷତି କରିନଥିଲେ ହେଁ ଭାଲୁକୁ ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।
ତେବେ କିଛି ସମୟ ମଧ୍ୟରେ ଭାଲୁକୁ ଦେଖିବାକୁ ସାହି ଲୋକ ଜମା ହୋଇଥିଲେ । ତେବେ ମନ୍ଦିର ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ମନ୍ଦିର ଗ୍ରୀଲ ବନ୍ଦ ଥିବାରୁ ଭିତରକୁ ପଶି ପାରିନଥିଲା । ଭାଲୁଟି ଖାଦ୍ୟ ଅନ୍ବେଷଣରେ ମନ୍ଦିର ଭିତରେ ଆସିଥିବା କୁହାଯାଉଛି ।
ଦିନକୁ ଦିନ ଜଙ୍ଗଲ ପଦା ହେବା ସହ ବନ୍ୟ ଜନ୍ତୁଙ୍କ ଖାଦ୍ୟଭାବ ଦେଖା ଦେବା କାରଣରୁ ଭାଲୁମାନେ ଗାଁ ମୁହାଁ ହେବାରେ ଲାଗିଛନ୍ତି । ଅପର ପକ୍ଷରେ ଜଙ୍ଗଲରେ ଥିବା ଭାଲୁମାନେ ଖାଦ୍ୟ ଅନ୍ବେଷଣ ପାଇଁ ଗାଁ ଭିତରକୁ ପଶି ଆସୁଥିବା ଜଣାପଡିଛି । ଗତ କିଛିମାସ ହେବ ତେନ୍ତୁଳିଖୁଣ୍ଟି ବ୍ଲକର ଅନେକ ଗ୍ରାମରେ ମାଳ ମାଳ ଭାଲୁ ପଶି ଆସୁଥିବା ଦେଖିବାକୁ ମିଳିଛି । ଭାଲୁମାନେ କାହାର କିଛି କରୁନଥିଲେ ହେଁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟ ଲାଗି ରହିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ