ETV Bharat / state

କାଜୁ ଜଙ୍ଗଲରୁ ମୃତଭାଲୁ ଉଦ୍ଧାର, କାରଣ ଅସ୍ପଷ୍ଟ

author img

By

Published : Dec 26, 2019, 4:36 PM IST

ନବରଙ୍ଗପୁର ଜିଲ୍ଲାରେ ଭାଲୁ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏବେ ପୁଣି ନନ୍ଦାହାଣ୍ଡି ବ୍ଲକ ମରାଳି ଗାଁ କାଜୁ ଜଙ୍ଗଲରୁ ଏକ ମୃତଭାଲୁକୁ ଉଦ୍ଧାର କରାଯାଇଛି । ତେବେ ଭାଲୁ ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ନବରଙ୍ଗପୁର ବନ ବିଭାଗ ସୂଚନା ଦେଇଛନ୍ତି ।

bear death in nabrangpur
କାଜୁ ଜଙ୍ଗଲରୁ ମୃତ ଭାଲୁ ଉଦ୍ଧାର, କାରଣ ଅସ୍ପଷ୍ଟ

ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଲକ ମରାଳି ଗାଁ କାଜୁ ଜଙ୍ଗଲରୁ ଏକ ମୃତଭାଲୁକୁ ଉଦ୍ଧାର କରାଯାଇଛି । ଭାଲୁର ମୃତ୍ୟୁ କିପରି ହୋଇଛି ତାହା ଜଣାପଡି ନଥିବାବେଳେ ଏ ବିଷୟରେ ବନବିଭାଗକୁ ଖବର ଦିଆଯାଇଛି । ତେବେ ଦୀର୍ଘଦିନ ଧରି ମରାଳି ଗାଁରେ ଭାଲୁ ଆତଙ୍କ ଖେଳାଉଥିବାବେଳେ ଏହି ଭାଲୁକୁ କିଏ ମାରିଦେଇଥିବା ଅନୁମାନ କରାଯାଉଛି ।

ଏବେ ମୃତ ଭାଲୁଟିକୁ ଚରକ ବନକୁ ଆଣିବାକୁ ବ୍ୟବସ୍ଥା କରାଯାଇଛି । ଗ୍ରାମବାସୀ ଭାଲୁକୁ କାଜୁ ଜଙ୍ଗଲରେ ମରିପଡିଥିବା ଦେଖିବା ବନବିଭାଗକୁ ଖବର ଦେଇଥିଲେ । ନବରଙ୍ଗପୁର ଜିଲ୍ଲାରେ ଭାଲୁ ମୃତ୍ୟୁ ଦିନକୁ ଦିନ ବୃଦ୍ଧିପାଉଥିବା ବେଳେ ବନବିଭାଗ ଲାଗି ଚିନ୍ତାର କାରଣ ପାଲଟିଛି । ତେବେ ଭାଲୁ ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ନବରଙ୍ଗପୁର ବନ ବିଭାଗ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ

Intro:Visual Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.