ETV Bharat / state

ବିଜୁ ସେତୁ ଭୁଶୁଡିବା ଘଟଣା, ସହକାରୀ ଯନ୍ତ୍ରୀ ଅସିତ୍ ପାତ୍ର ଗିରଫ

author img

By

Published : Jan 17, 2021, 3:32 PM IST

Updated : Jan 17, 2021, 3:55 PM IST

ବିଜୁ ସେତୁ ପୋଲ ଭୁଶୁଡିବା ଘଟଣାରେ ଗିରଫ ହେଲେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅସିତ୍ ପାତ୍ର । ଅଧିକ ପଢନ୍ତୁ...

ସହକାରୀ ଯନ୍ତ୍ରୀ ଗିରଫ
ସହକାରୀ ଯନ୍ତ୍ରୀ ଗିରଫ

ନବରଙ୍ଗପୁର: ବହୁ ଚର୍ଚ୍ଚିତ ଉମରକୋଟ ତାଲାପଦର ବିଜୁ ସେତୁ ପୋଲ ଭୁଶୁଡିବା ଘଟଣାରେ ଗିରଫ ହେଲେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅସିତ୍ ପାତ୍ର । ଆଜି(ରବିବାର) ନବରଙ୍ଗପୁର ପୋଲିସ ଅସିତଙ୍କୁ ଗିରଫ କରି ଉମରକୋଟ ପୋଲିସକୁ ହସ୍ତାନ୍ତର କରିଛି ।

ବିଜୁ ସେତୁ ଭୁଶୁଡିବା ଘଟଣା

ସହକାରୀ ଯନ୍ତ୍ରୀଙ୍କ ଗିରଫ ନେଇ ସୂଚନା ଦେଇଛନ୍ତି ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ। ଗତ 10 ତାରିଖ ସଂନ୍ଧ୍ୟା ସମୟରେ ଉମରକୋଟ ତାଲାପଦର ପୋଲ ଭୁଶୁଡିବା ଫଳରେ ମହେନ୍ଦ୍ର ମାଳି ନାମକ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ 3 ଜଣ ଆହତ ହୋଇଥିଲେ । ଘଟଣାର ତଦନ୍ତ ପାଇ ନିର୍ଦ୍ଦେଶ ଦେଇଥିଲେ ଉନ୍ନୟନ କମିଶନର ପ୍ରଦୀପ ଜେନା । ଏହାପରେ ଘଟଣାର ତଦନ୍ତ କରିଥିଲେ ସୁନାବେଡ଼ାର ଇସି ଏବଂ ଇଆଇସି ସୁରେଶ ମିଶ୍ର।

ପରେ ଠିକାଦାର ଆଶିଷ ବିଶ୍ବାଳ, କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ସାହୁ ଓ ସହକାରୀ ଯନ୍ତ୍ରୀ ଅସିତ୍ ପାତ୍ରଙ୍କ ନାମରେ ଉମରକୋଟ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ପରେ 3 ଜଣ ଗିରଫ ଭୟରେ ଫେରାର ହୋଇଯାଇଥିଲେ। ବିଭାଗୀୟ ଉଚ୍ଚ ଅଧିକାରୀମାନେ ଯାଞ୍ଚ କରି ନିର୍ମାଣଧୀନ ବିଜୁ ସେତୁ ଦୁର୍ବଳ ସେଣ୍ଟ୍ରିଂ କାମ ଯୋଗୁଁ ଭୁଶୁଡିଥିବା ଜଣାପଡିଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Jan 17, 2021, 3:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.