ନବରଙ୍ଗପୁର: ପୁଣି ନବରଙ୍ଗପୁରରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ହେଉଛନ୍ତି ଉମରକୋଟ ବ୍ଲକ କାରା ଗାଁର । ସେ ପଶ୍ଚିମବଙ୍ଗରୁ ଫେରି ପ୍ରଥମେ ସଂଗରୋଧ ଗୃହରେ ଥିଲେ ଏବଂ ପରେ ଘରକୁ ଫେରିଥିଲେ ।
କିନ୍ତୁ କିଛି ଦିନ ପରେ ତାଙ୍କୁ ଜ୍ୱର ହେବା ସହ ଗଳା ଦରଜ ହେବାରୁ ତାଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯିବା ସହ ଉମରକୋଟ ସ୍ଥିତ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା । ସ୍ୱାବ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ତାଙ୍କୁ ନବରଙ୍ଗପୁର ସ୍ଥିତ କୋଭିଡ ଚିକିତ୍ସା କେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯାଉଛି ।
ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ପହଁଞ୍ଚିଥିବା ବେଳେ ସେଥିମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ୧୦ ଜଣ କୋରୋନା ରୋଗୀ ଅଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ