ETV Bharat / state

ମହିଳା ହୋମଗାର୍ଡଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ, ତଦନ୍ତ ଆରମ୍ଭ

author img

By

Published : Jun 29, 2020, 11:56 AM IST

ଖାକିରେ ଲାଗିଲା ଦାଗ । ମହିଳା ହୋମଗାର୍ଡଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ । ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ ମହିଳା । ଅଧିକ ପଢନ୍ତୁ...

ମହିଳା ହୋମଗାର୍ଡଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ, ତଦନ୍ତ ଆରମ୍ଭ
ମହିଳା ହୋମଗାର୍ଡଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ, ତଦନ୍ତ ଆରମ୍ଭ

ନବରଙ୍ଗପୁର: ଖାକିରେ ଲାଗିଲା ଦାଗ । ମହିଳା ହୋମଗାର୍ଡଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ । ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ ମହିଳା । ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି ।

ଏଠାରେ ଜଣେ ମହିଳା ହୋମଗାର୍ଡ 4 ବର୍ଷ ଧରି ଭଡା ଘରେ ବନ୍ଧକ ରଖି ଯୌନ ଶୋଷଣ କରୁଥିବା ନେଇ ପୀଡିତା ଉମରକୋଟ ଥାନାରେ ଏତଲା ଦେବାପରେ ପୋଲିସର ତନାଘନା ଆରମ୍ଭ ହୋଇଛି । ଲିଖିତ ଅଭିଯୋଗ ମୁତାବକ, ଉମରକୋଟ ଥାନା ଭୀମାଗୁଡା ଗ୍ରାମର ଜଣେ ମହିଳାଙ୍କୁ ଚାରି ବର୍ଷ ତଳେ ଉକ୍ତ ଗ୍ରାମର ମହିଳା ହୋମଗାର୍ଡ ଶୁକ୍ରୀ ମାଝି ନିଜ ସହ ନେଇ କୁସୁମଗୁଡା ସାହିର ଏକ ଭଡା ଘରେ ବନ୍ଧକ ରଖିଥିଲେ ।

ତେବେ ଏଠାରେ ତାଙ୍କୁ ବିଭିନ୍ନ ପ୍ରକାର କାମ କରାଇବା ସଙ୍ଗେ ସଙ୍ଗେ ମାରପିଟ୍ କରି ଜୋର ଜବରଦସ୍ତ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ପ୍ରକାଶ କରିଛନ୍ତି ପୀଡିତା ।

ସୂଚନାଥାଉକି, ଉକ୍ତ ମହିଳା ହୋମ୍ ଗାର୍ଡ ଜଣକ ଚାରି ବର୍ଷ ତଳେ କୌଣସି କାମ ପାଇଁ ପୀଡିତାଙ୍କୁ ନିଜ ସହ କୁଆଡେ ନେଇ ଯାଇଥିଲେ । ପରିବାର ଲୋକ ବହୁ ଖୋଜା ଖୋଜି କରିବା ପରେ ନ ପାଇବାରୁ ଶୁକ୍ରୀ ମାଝିଙ୍କୁ ନିଜ ଝିଅ ସମ୍ପର୍କରେ ପଚାରିଥିଲେ ମଧ୍ୟ ସେ ସମୟରେ ସେ ପୀଡିତାଙ୍କ ସମ୍ପର୍କରେ କିଛି ଜାଣି ନଥିବା କହିଥିଲେ ।

ପରେ ଏହି ଘଟଣା ସମ୍ପର୍କରେ ପରିବାର ଲୋକ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ ମଧ୍ୟ ସେ ଜଣେ ପୋଲିସ କର୍ମଚାରୀ ହୋଇଥିବାରୁ ଥାନାର ଦ୍ବାରସ୍ଥ ନହେବାକୁ ପରାମର୍ଶ ଦେଇଥିଲେ । ପରିବାର ବର୍ଗ ଝିଅ ଆଉ ବଞ୍ଚି ନଥିବ ଭାବି ଚୁପ୍ ରହିଲେ । କିନ୍ତୁ ମହାମାରୀ କୋରୋନା ଯୋଗୁଁ ସମଗ୍ର ଅଞ୍ଚଳ ଲକ୍ ଡାଉନ୍ ହେବା ପରେ ହଠାତ୍ ଦିନେ ଝିଅ ଘରକୁ ଫେରିବାରୁ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଘରେ ଫେରିବା ପରେ ସବୁ କଥା କହିଥିବା ପରିବାର ବର୍ଗ ପ୍ରକାଶ କରିଛନ୍ତି ।

ସେପଟେ ଅଭିଯୋଗ ପାଇବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ଉମରକୋଟ ଥାନା ଅଧିକାରୀ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.