ETV Bharat / state

ବ୍ୟାଙ୍କ କର୍ମଚାରୀଙ୍କ ନାଁରେ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ - ନବରଙ୍ଗପୁର ଖବର

ବ୍ୟାଙ୍କ କର୍ମଚାରୀଙ୍କ ନାଁରେ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରୁ । ଅଧିକ ପଢନ୍ତୁ...

Allegations of embezzlement of millions of rupees in the name of bank employees in nabrangpur
ବ୍ୟାଙ୍କ କର୍ମଚାରୀଙ୍କ ନାଁରେ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ
author img

By

Published : Aug 4, 2021, 1:04 PM IST

ନବରଙ୍ଗପୁର: ବ୍ୟାଙ୍କ କର୍ମଚାରୀଙ୍କ ନାଁରେ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରୁ । ଯେଉଁଠି ମୁଦ୍ରା ଲୋନ କରାଇବା ନାମରେ ହିତାଧିକାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି ବ୍ୟାଙ୍କ କର୍ମଚାରୀ । ବ୍ୟାଙ୍କ ଅଫ୍ ବରୋଦାର ଗ୍ରାହକ ସେବା କେନ୍ଦ୍ର କର୍ମଚାରୀଙ୍କ ବିରୁଦ୍ଧରେ ଶାଖା ପରିଚାଳକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ହିତାଧିକାରୀ । ଲିଖିତ ଅଭିଯୋଗ ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ସେହି ଗ୍ରାହକ ସେବା କେନ୍ଦ୍ରକୁ ବନ୍ଦ କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ବ୍ୟାଙ୍କ କର୍ମଚାରୀଙ୍କ ନାଁରେ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛେଳିଡଙ୍ଗରୀ ପଞ୍ଚାୟତ ଅନ୍ତର୍ଗତ ନୂଆପାରା ଗ୍ରାମର ସୁନ୍ତୀଳା ଗଣ୍ଡ । ଦିନ ମଜୁରିଆ କାମ କରି ନିଜ ପରିବାର ପୋଷଣ କରନ୍ତି । ନିଜ ଚାଷ ଜମି ପାଇଁ ବିହନ ଓ ସାର କିଣିବା ଆଶା ନେଇ ଉମରକୋଟ ଚିକଲପଦର ସ୍ଥିତ ବ୍ୟଙ୍କ ଅଫ୍ ବରୋଦାର ଗ୍ରାହକ ସେବା କେନ୍ଦ୍ରରେ କର୍ମଚାରୀ ପୁନିନ୍ଦ୍ର ହାଜ୍ରାଙ୍କ ପ୍ରଲୋଭନରେ ପଡ଼ି ମୁଦ୍ରା ଲୋନ ପାଇଁ ଆବେଦନ କରିଥିଲେ । ଜଣଙ୍କ ପିଛା ୫୦ ହଜାର ଟଙ୍କା ମୁଦ୍ରା ଲୋନ ପାଇବାକୁ ହେଲେ ବିଭିନ୍ନ କାଗଜ ପତ୍ର ୩ରୁ ୫ ହଜାର ଟଙ୍କା ଜମା କରିବାକୁ ପଡିବ ବୋଲି କୁହାଯାଇଥିଲା । ସୁନ୍ତୀଳା ନିଜ ଘରର ଧାନ ବିକ୍ରି କରି ପରିବାରର ୪ ଜଣ ସଦସ୍ୟଙ୍କ ନାମରେ ମୁଦ୍ରା ଲୋନ କରିବା ପାଇଁ ୧୨ ହଜାର ଟଙ୍କା ଜମା କରିଥିଲେ । କିନ୍ତୁ କିଛି ଦିନ ପରେ ସୁନ୍ତୀଳା ଲୋନ ବିଷୟରେ ପଚାରିବାରୁ ତାଙ୍କୁ ୪ ଖଣ୍ଡ ଏଲଆଇସିର ରସିଦ ଦେଇଥିଲେ । ଏବେ ନିଜ ଚାଷ ପାଇଁ ଟଙ୍କା ନଥିବାରୁ ସୁନ୍ତୀଳା ଚିନ୍ତାରେ ଦିନ କାଟୁଥିବା କହିଛନ୍ତି ।

ସେହିପରି ଅନ୍ୟ ଜଣେ ଯୁବକ ଜଣକ ହେଉଛନ୍ତି ସେହି ଗାଁର ସାୟଲାଲ ଗଣ୍ଡ । ସାୟଲାଲ ମଧ୍ୟ ଗ୍ରାହକ ସେବା କେନ୍ଦ୍ର କର୍ମଚାରୀ ପୁନିନ୍ଦ୍ର ହାଜ୍ରାଙ୍କ ପ୍ରଲୋଭନର ଶିକାର ହୋଇ ମୁଦ୍ରା ଲୋନ ପାଇବା ଆଶାରେ ୩ହଜାର ଟଙ୍କା ଜମା କରିଥିଲେ । କିନ୍ତୁ କିଛି ଦିନ ପରେ ଖଣ୍ଡିଏ ଏଲଆଇସିର ରସିଦ ପାଇ ଚିନ୍ତାରେ ପଡିଯାଇଥିଲେ । ଘରେ ଗଣ୍ଡେ ଭଲ ଖାଇବାକୁ ନଥିବାବେଳେ ନିଜ ଅଜାଣତରେ ହୋଇଥିବା ଜୀବନ ବୀମା ଟଙ୍କା କେମିତି ବାନ୍ଧିବେ ଏବଂ ଚାଷ କେମିତି କରିବେ ସେ ଚିନ୍ତାରେ ସାୟଲାଲ ।

ଖାଲି ଏହି ଦୁଇ ଜଣ ନୁହଁନ୍ତି ନୂଆପାରା ଗାଁର ପ୍ରାୟ ୨୦ ଜଣ ସାଙ୍ଗକୁ ଗାନ୍ଧିନଗର, ତାରାଗାଁ, କସୁମପୁର, ତୁରୁଡିହି, ଜାଡ଼ାପାରା ସହ ରାଇଘର ଓ ଉମରକୋଟ ବ୍ଲକର ଶତାଧିକ ବ୍ୟାଙ୍କ ଗ୍ରାହକଙ୍କୁ ମୁଦ୍ରା ଲୋନ କରାଇବା ନାମରେ ତାଙ୍କ ଅଜାଣତରେ ଏଲଆଇସିର ଜୀବନ ବୀମା ପଲିସି କରାଯାଇଥିବା ନେଇ ଉମରକୋଟ ବ୍ୟାଙ୍କ ଅଫ୍ ବରୋଦା ଶାଖା ପରିଚାଳକ ଏବଂ ଉମରକୋଟ ସ୍ଥିତ ଏଲଆଇସିର ଶାଖା ପରିଚାଳକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ହୀତାଧିକାରୀ ।

ସେପଟେ ଏସମ୍ପର୍କରେ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପଚାରିବାରୁ ସେ ନିଜ ଗ୍ରାହକ ସେବା କେନ୍ଦ୍ର କର୍ମଚାରୀ ଲୋକଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ଠକି ଥିବା କଥାକୁ ସ୍ବୀକାର କରିବା ସହ ମୁଦ୍ରା ଲୋନ କିମ୍ବା ଅନ୍ୟ କୌଣସି ଲୋନ ଗ୍ରାହକ ସେବା କେନ୍ଦ୍ରରେ ପ୍ରଦାନ କରାଯାଏ ନାହିଁ ବୋଲି କହିଛନ୍ତି । ଲିଖିତ ଅଭିଯୋଗ ପାଇବା ସଙ୍ଗେ ସଙ୍ଗେ ଗ୍ରାହକ ସେବା କେନ୍ଦ୍ର କୋଡକୁ ବନ୍ଦ କରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କହିଛନ୍ତି ।

ଅନ୍ୟପଟେ ଏଲଆଇସି ଶାଖା ପରିଚାଳକ କିଛି ପ୍ରତିକ୍ରିୟା ଦେବାକୁ ମନା କରିବା ସହ ଲିଖିତ ଅଭିଯୋଗ ମିଳିଛି । ଏହାର ତଦନ୍ତ କରାଯିବ ବୋଲି କହିଥିବାବେଳେ ଏଲଆଇସିର ବ୍ରହ୍ମପୁର ଏସଡିଏମଙ୍କ ନିର୍ଦ୍ଧେଶ କ୍ରମେ ନବରଙ୍ଗପୁର ଶାଖା ପରିଚାଳକଙ୍କ ନେତୃତ୍ବରେ ଏକ ଦଳ ଉମରକୋଟ ଏଲଆଇସି କାର୍ଯ୍ୟାଳୟକୁ ଆସି ତଦନ୍ତ କରି ଫେରିଥିବା ନବରଙ୍ଗପୁର ଶାଖା ପରିଚାଳକ ସୂଚନା ମିଳିଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.