ETV Bharat / state

ଉମରକୋଟକୁ କୋରୋନା ମୁକ୍ତ ପାଇଁ ଆଗେଇ ଆସିଲା ବଣିକ ସଂଘ, ସମସ୍ତ ଗଳି ହେବ ସାନିଟାଇଜ - କୋରୋନା ମୁକ୍ତ

ଉମରକୋଟ ସହରରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ସହରକୁ କିପରି କୋରୋନା ମୁକ୍ତ କରାଯିବ ସେଥିପାଇଁ ଉମରକୋଟ ବଣିକ ସଂଘ ଏବେ ଦୃଢ ପ୍ରତିଜ୍ଞା ନେଇଛି l ସେପ୍ଟେମ୍ବର 30 ସୁଦ୍ଧା ସହରର ସବୁ ରାସ୍ତା, ସାହି ଓ ଗଳିକୁ ସାନିଟାଇଜ କରାଯିବ ବୋଲି ନିଷ୍ପତ୍ତି ନେଇଛି ବଣିକ ସଂଘ । ଅଧିକ ପଢନ୍ତୁ...

All roads in Umarkot will be sanitized by 30 September
ସେପ୍ଟେମ୍ବର 30 ସୁଦ୍ଧା ଉମରକୋଟର ସବୁ ରାସ୍ତା, ଗଳି ହେବ ସାନିଟାଇଜ
author img

By

Published : Sep 19, 2020, 7:38 AM IST

ନବରଙ୍ଗପୁର: ଉମରକୋଟ ସହରରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପରିକି 8ରୁ ଉର୍ଦ୍ଧ୍ବ ଲୋକଙ୍କ କୋରୋନାରେ ଜୀବନ ଚାଲିଯିବା ସମସ୍ତଙ୍କ ମନରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଛି । ତେବେ ସହରକୁ କିପରି କୋରୋନା ମୁକ୍ତ କରାଯିବ ସେଥିପାଇଁ ଉମରକୋଟ ବଣିକ ସଂଘ ଏବେ ଦୃଢ ପ୍ରତିଜ୍ଞା ନେଇଛି l

ସେପ୍ଟେମ୍ବର 30 ସୁଦ୍ଧା ଉମରକୋଟର ସବୁ ରାସ୍ତା, ଗଳି ହେବ ସାନିଟାଇଜ

ସହରର ଦମକଳ ବାହିନୀ ଦ୍ବାରା ମୁଖ୍ୟ ରାସ୍ତାକୁ ସାନିଟାଇଜ କରାଯାଉଥିବା ବେଳେ ସଂଘ ଆଉ ପାଦେ ଆଗେଇଯାଇ ସେପ୍ଟେମ୍ବର 30 ସୁଦ୍ଧା ସହରର ସବୁ ରାସ୍ତା, ସାହି ଓ ଗଳିକୁ ସାନିଟାଇଜ କରାଯିବ ବୋଲି ନିଷ୍ପତ୍ତି ନେଇଛି । ଏଥିପାଇଁ ସଂଘ ତରଫରୁ ପ୍ରତିଦିନ ଦମକଳ ବାହିନୀକୁ 1500 ଲିଟର ସାନିଟାଇଜ ଯୋଗାଇ ଦିଆଯିବ ।

ତେବେ ସବୁଦିନ ଦମକଳ ବାହିନୀ ସାନିଟାଇଜ କରିବ ବୋଲି ବଣିକ ସଂଘ ସଭାପତି ଦ୍ବାରିକାନାଥ ପାଣିଗ୍ରାହୀ, ସମ୍ପାଦକ ଲଛମନ ଆଗ୍ରୱାଲ ଓ ଆଇନ ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି l ସଙ୍ଘର ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.