ETV Bharat / state

ଧୂମଧାମରେ ପାଳନ ହେଲା ବିଶ୍ବ ନିର୍ମାତାଙ୍କ ପୂଜାର୍ଚ୍ଚନା

ଆଜି ଦେବ ବିନ୍ଧାଣୀ ବିଶ୍ବକର୍ମାଙ୍କ ପୂଜା । ଏହି ଅବସରରେ ବ୍ରହ୍ମପୁର, ନବରଙ୍ଗପୁର ଓ କେନ୍ଦୁଝର ସହରରେ ଧୂମଧାମରେ ପାଳିତ ହୋଇଛି ବିଶ୍ବ ନିର୍ମାତାଙ୍କ ପୂଜାର୍ଚ୍ଚନା । ସୁନ୍ଦର ତୋରଣ ଓ ଆଲୋକମାଳର ସାଜସଜା ପୂଜା ସହରକୁ ବେଶ ଚଳଚଞ୍ଚଳତାକୁ ଦ୍ବିଗୁଣିତ କରୁଛି ।

author img

By

Published : Sep 17, 2019, 9:25 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଆଜି ଦେବ ବିନ୍ଧାଣୀ ବିଶ୍ବକର୍ମାଙ୍କ ପୂଜା । ଏଥିପାଇଁ ଉତ୍ସବମୁଖର ପରିବେଶ । ଏହି ଅବସରରେ ବ୍ରହ୍ମପୁର ସହରର ବିଭିନ୍ନ ଶିଳ୍ପାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନରେ ବିଶ୍ବକର୍ମାଙ୍କ ପୂଜା ଧୂମଧାମରେ ପାଳନ କରାଯାଇଛି । ସହରର ସହରର ବିଡିଏ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସରକାରୀ ଆଇଟିଆଇ, ମହିଳା ପଲିଟେକନିକ୍, ଇଞ୍ଜିନିୟରିଂ ସ୍କୁଲ ସମେତ ସମସ୍ତ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପରିସରରେ ପାରମ୍ପରିକ ରୀତିନୀତିରେ ବିଶ୍ବର ସୃଷ୍ଟିକର୍ତ୍ତା ବିଶ୍ବକର୍ମାଙ୍କ ପୂଜାର୍ଚ୍ଚନା କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସେହିପରି ନବରଙ୍ଗପୁର ଏବଂ କେନ୍ଦୁଝର ସହରରେ ମଧ୍ୟ ବିଶ୍ବକର୍ମାଙ୍କ ପୂଜାର୍ଚ୍ଚନା ଧୂମଧାମରେ ପାଳନ କରାଯାଇଛି । ନବରରଙ୍ଗପୁରର ତେଲି ସାହି, ପିଏଚ୍‌ଡି ଅଫିସ, ଟେଲିଫୋନ ଭବନରେ ବିଶ୍ବକର୍ମାଙ୍କ ପୂଜା ହୋଇଥିଲା । ତିନି ଦିନ ଧରି ସହରରେ ଏହି ପୂଜାର୍ଚ୍ଚନା ଚାଲିବ ବୋଲି ବିଶ୍ବକର୍ମା ପୂଜା କମିଟି ପକ୍ଷରୁ ସୂଚନା ମିଳିଛି ।

ଦେଶରେ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ବେ ବିଶ୍ବର ନିର୍ମାତାଙ୍କ ପୂଜା କେନ୍ଦୁଝର ଜିଲ୍ଲାରେ ଜୋରସୋରରେ ପାଳିତ ହୋଇଛି । ସକାଳୁ ବିଭିନ୍ନ ମନ୍ଦିର ସମ୍ମୁଖରେ ଦୁଇ ଚକିଆରୁ ଚାରି ଚକିଆ ଯାନ ପର୍ଯ୍ୟନ୍ତ ଗାଡି ପୂଜା ପାଇଁ ଭିଡ଼ ଜମିଥିଲା । କେନ୍ଦୁଝର ସହରରେ ନେସ୍କୋ କାର୍ଯ୍ୟାଳୟ, ଅଟୋ ଆସୋସିଏସନ, ପୂର୍ତ୍ତ ବିଭାଗ, ସରକାରୀ ବସ ଷ୍ଟାଣ୍ଡ, କଣ୍ଟ୍ରାକ୍ଟର ଆସୋସିଏସନ,ଟ୍ରକ ଆସୋସିଏସନ ଆଦି ସ୍ଥାନରେ ମଧ୍ୟ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଛି । ଖାଲି ସେତିକି ନୁହେଁ ସୁନ୍ଦର ତୋରଣ ଓ ଆଲୋକମାଳର ସାଜସଜା ପୂଜା ସହରକୁ ଚଳଚଞ୍ଚଳତାକୁ ଦ୍ବିଗୁଣିତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:ଆଜି ବିଶ୍ବକର୍ତ୍ତା ବିଶ୍ବକର୍ମାଙ୍କ ପୂଜା । ଏହାକୁ ନେଇ ସବୁଠି ଉତ୍ସବ ମୁଖର। ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ବିଶ୍ବକର୍ମା ଙ୍କ ପୁଜା ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥିବା ଦେଖାଯାଇଛି।ସହରର
ବୈଷୟିକ ଅନୁଷ୍ଠାନ ଗୁଡିକରେ ପାରମ୍ପରିକ ରୀତିନୀତିରେ ପୁଜା ପାଇଛନ୍ତି ବିଶ୍ବକର୍ତ୍ତା । ସେହିପରି ସହରର ବିଡିଏ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସମସ୍ତ ପ୍ରମୁଖ ଲାଇନ ଡିପାର୍ଟମେଣ୍ଟ କାର୍ଯ୍ୟାଳୟ ପରିସରରେ ସମଗ୍ର ବିଶ୍ବର ସୃଷ୍ଟିକର୍ତ୍ତା ବିଶ୍ବକର୍ମା ଙ୍କୁ ପାରମ୍ପରିକ ରୀତିନୀତି କରାଯାଇଥିଲା ପୁଜାର୍ଚ୍ଚନା। ମୁଖ୍ୟତଃ ବିଶ୍ବକର୍ମା ଙ୍କୁ ଭଗବାନ ବ୍ରହ୍ମାଙ୍କ ଅଂଶ କୁହାଯାଉଥିବା ବେଳେ କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ନିର୍ମାଣର ସେ ଦେବତା ଭାବରେ ପୁଜାପାଇ ଆସୁଛନ୍ତି । ଅନ୍ୟପଟେ ସହରର ସରକାରୀ ଆଇ.ଟି.ଆଇ ,ମହିଳା ପଲିଟେକନିକ୍ ,ଇ°ଞ୍ଜିନିୟରିଙ୍ଗ୍ ସ୍କୁଲ ଭଳି ଶିକ୍ଷାନୁଷ୍ଠାନରେ ଦେବଶିଳ୍ପୀ ବିଶ୍ବକର୍ମା ସ୍ବତନ୍ତ୍ର ପୁଜାର୍ଚ୍ଚନା କରାଯାଇଥିଲା ।
Body:ବାଇଟ୍-ରଜତ ପାଣିଗ୍ରାହୀ(ଅଧ୍ୟକ୍ଷ, ସରକାରୀ ଆଇ.ଟି.ଆଇ,ବ୍ରହ୍ମପୁର)
ବାଇଟ୍-ପୁଜକ
ବାଇଟ୍-ବିଦ୍ୟାର୍ଥୀ, ବ୍ରହ୍ମପୁରConclusion:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...

ବି.ଦ୍ର- ଭିଜୁଆଲ ଏବଂ ବାଇଟ୍ ମୋଜୋ ରେ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.