ETV Bharat / state

ମାନବିକତା ଦେଖାଇଲେ ନବରଙ୍ଗପୁର ସାଂସଦ

ନବରଙ୍ଗପୁର ଚାଟିଗୁଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣା ଗ୍ରସ୍ତ ବାଇକରେ ବସିଥିବା ଦୁଇ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଲେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ । ଅଧିକ ପଢନ୍ତୁ...

accident in nabarangpur
ମାନବିକତା ଦେଖାଇଲେ ନବରଙ୍ଗପୁର ସାଂସଦ
author img

By

Published : Mar 2, 2020, 4:18 AM IST

ନବରଙ୍ଗପୁର: ଡାବୁଗାଁ ଥାନା ଅନ୍ତର୍ଗତ ଚାଟିଗୁଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣା । ଏକ ବାଇକ ଭାରସାମ୍ୟ ହରାଇ କଲ୍ ଭର୍ଟ ସହ ପିଟି ହେବା ଦ୍ବାରା ବାଇକରେ ବସିଥିବା ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଉକ୍ତ ରାସ୍ତା ଦେଇ ଯାଉଥିବା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମାନବିକତା ଦେଖାଇ ଗୁରୁତରଙ୍କୁ ୧୦୮ ଏମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଗୁରୁତର ଆହତ ମାନେ ହେଲେ ଡାବୁଗାଁ ଥାନା ଅନ୍ତର୍ଗତ ମେଣ୍ଡରା ଗ୍ରାମର ତୁଳା ରାମ ସାନ୍ତା ଓ ମକର ସାନ୍ତା । ଡାବୁଗାଁ ପୋଲିସ ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କରିବା ସହ ଏ ନେଇ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ ଗୁରୁତର ବ୍ୟକ୍ତି ଦୁଇ ଜଣ ଉମରକୋଟରୁ ନିଜ ଗ୍ରାମ ମେଣ୍ଡରାକୁ ଆସୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ଦେଖଣାହାରି ମୋବାଇଲରେ ଫୋଟ ଉତ୍ତୋଳନ କରୁଥିବା ବେଳେ ନବରଙ୍ଗପୁର ସାଂସଦ ନିଜେ ୧୦୮ ଏମ୍ବୁଲାନ୍ସ ଡକାଇ ଗୁରୁତର ଦୁଇଜଣଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଏଭଳି ମାନବିକତା ଦେଖି ସାଧାରଣରେ ପ୍ରଶଂସାର ସୁଅ ଛୁଟିଛି ।

ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.