ETV Bharat / state

ରାଜରାସ୍ତାରେ ଭାଲୁ, ଲୋକେ ଆତଙ୍କିତ

author img

By

Published : Nov 16, 2021, 10:19 PM IST

ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଭବାନୀପାଟଣା ଜାତୀୟ ରାଜପଥରେ ଭାଲୁ ଆତଙ୍କ । ଅଧିକ ପଢନ୍ତୁ

A running bear has seen on Papadahandi Bhawanipatna National Highway, People are scared
ଜାତୀୟ ରାଜପଥରେ ଦୌଡିଲା ଭାଲୁ, ଲୋକେ ଆତଙ୍କିତ

ନବରଙ୍ଗପୁର: ଜିଲ୍ଲାର ପାପଡାହାଣ୍ଡି ଭବାନୀପାଟଣା ଜାତୀୟ ରାଜପଥରେ ଭାଲୁ ଆତଙ୍କ । ଯାହାକୁ ନେଇ ସେଠାକାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ପାପଡାହାଣ୍ଡି ବ୍ଲକ ସଦରମହକୁମାଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଆଜି(ମଙ୍ଗଳବାର) ଏକ ବିରାଟ ଭାଲୁ ଡାବୁଗାଁ ରାସ୍ତା ଟୁରି ନଦୀପଟୁ ପାପଡାହାଣ୍ଡିର ବଙ୍କା ସାହି ନିକଟରେ ଥିବା ମସଜିଦ ନିକଟକୁ ଚାଲି ଆସିଥିଲା। ସେଠାରେ ସାହିଲୋକ ଭାଲୁକୁ ଦେଖି ଚିତ୍କାର କରିବାରୁ ଭାଲୁଟି ନିକଟରେ ଥିବା ଆସ ପାଇକ ଘର ବାଉଣ୍ଡ୍ରି ଭିତରକୁ ପଶିଥିଲା।

ସାହି ଲୋକେ ପାଟିତୁଣ୍ଡ କରିବାରୁ ଭାଲୁଟି ବଙ୍କା ସାହି ଦେଇ ବସଷ୍ଟାଣ୍ଡ ପଟକୁ ଦୌଡ଼ି ଯିବା ସମୟରେ ସାହିରେ ରହୁଥିବା ଜଣେ ବ୍ୟକ୍ତି ଅଶୋକ ପଟନାୟକଙ୍କ ଘର ଆଡ଼କୁ ଯାଇଥିଲା । ଏହି ସମୟରେ ତାଙ୍କ ୧୨ ବର୍ଷର ପୁଅ ଆଶୁତୋଷ ପଟନାୟକ ନିଜ ଘର ବାରଣ୍ଡାରେ ଛିଡା ହୋଇଥିଲା। ଭାଲୁଟି ଦୌଡି ଆସି ଆଶୁତୋଷଙ୍କୁ ଆକ୍ରମଣ କରିଥିଲା । ତେବେ ଲୋକଙ୍କ ପାଟି ଶୁଣି ଭାଲୁ ସେଠାରୁ ଦୌଡି ଦୁର୍ଗାମଣ୍ଡପ ଦେଇ ସିଧା ପାପଡାହାଣ୍ଡି ଭବାନୀପାଟଣା ଜାତୀୟ ରାଜପଥକୁ ଚାଲିଆସିଥିଲା । ସେତେବେଳକୁ ରାସ୍ତା ଉପରେ ଗାଡି ମଟର ସହ ଲୋକେ ଯିବା ଆସିବା କରୁଥିଲେ। ହଠାତ ରାସ୍ତା ଉପରେ ଜନଗହଳିରେ ଭାଲୁକୁ ଦେଖି ଭୟରେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ଲୋକଙ୍କ ପାଟି ଶୁଣି ଭାଲୁଟି ଜାତୀୟ ରାଜପଥର ମଝି ରାସ୍ତାରେ ଦୌଡ଼ି ଦୌଡି ନବରଙ୍ଗପୁର ଯିବା ରାସ୍ତା କଡରେ ଥିବା ଚମ୍ପାବଣ ଭିତରକୁ ଚାଲିଯାଇଥିଲା ।

ଭାଲୁକୁ ଦେଖି ବାଇକ ଚାଳକମାନେ ବାଇକ ଛାଡି ଦୌଡୁଥିବା ଦେଖିବାକୁ ମିଳିଥିଲା। ଭାଲୁ ଦାଉରୁ ଅଳ୍ପକେ ବର୍ତିଥିଲେ କିଛି ଲୋକ । ଗାଁ ଭିତରେ ଭାଲୁକୁ ଦେଖି ଭୟଭୀତ ହୋଇଯାଇଥିଲେ ସ୍ଥାନୀୟ ଲୋକେ । ଏପଟେ ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଭାଲୁକୁ ଜଙ୍ଗଲ ଭିତରକୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି । ଏପଟେ ଭାଲୁ ଗାଁ ଭିତରକୁ ପଶିବା ଜାଣିବା ପରେ ଲୋକଙ୍କ ଭିଡ଼ ଜମିରହିଥିଲା । ଏପଟେ ଭାଲୁ ରାସ୍ତାରେ ଦୌଡୁଥିବା ଭିଡିଓ ସିସିଟିଭିରେ କଏଦ ହୋଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.