ନବରଙ୍ଗପୁର: ବାଘ ଆକ୍ରମଣରେ ବାଳକ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ଛତିଶଗଡରେ । ମୃତ ବାଳକ ଜଣଙ୍କ ହେଲେ ନବରଙ୍ଗପୁର ଜିଲ୍ଲା ରାଇଗର ବ୍ସକ୍ ଅଧିନ ତୁରୁଡିହି ଗ୍ରାମର ।
ସୂଚନାନୁସାରେ ନରେନ୍ଦ୍ର ମର୍କାମାଙ୍କ ପୁଅ ଅମିତ ପରିବାର ସହ ଛତିଶଗଡ ସିହାୱାରେ ଅବସ୍ଥିତ ଏକ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ବେଳେ ଘଟିଛି ଏହି ଅଘଟଣ ।
ତେବେ ଅଚାନକ ସେହି ସମୟରେ ଏକ ଚିତାବାଘ ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଦୌଡୁଥିବା ବେଳେ ବାଳକ ଅମିତ ବାଘ ହାବୁଡରେ ପଡି ଯାଇଥିଲେ ।
ସେପଟେ ବାଘ ତାଙ୍କୁ ଟାଣି ନେଇ ପାହାଡ଼କୁ ଚାଲି ଯାଉଥିବା ସମୟରେ ଜଙ୍ଗଲ ବିଭାଗ ଅଧିକାରୀ ଏବଂ ସିହାୱା ପୋଲିସ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ସିହାୱା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ