ନବରଙ୍ଗପୁର: ରାଇଘର ବ୍ଲକ କୁନ୍ଦେଇ ଥାନା ଅନ୍ତର୍ଗତ ଜଡ଼ାପାରା ଜଙ୍ଗଲ ଠାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଏଠାରେ ଏକ ଗଛରେ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ସୂଚନାନୁଯାୟୀ ମୃତ ବ୍ୟକ୍ତି ଜଣଙ୍କ ହେଲେ ତୁରୁଡିହି ଗ୍ରାମପଞ୍ଚାୟତର ହନ୍ଦାପାରା ଗ୍ରାମର ମନସୁ ଗଣ୍ଡ ।
ମୃତକଙ୍କ ପିତା ଗଡ଼ିୟା ଗଣ୍ଡଙ୍କ କହିବା ଅନୁଯାୟୀ ମନସୁ ଗଣ୍ଡ ଗତ ୧୯ ତାରିଖ ବୁଧବାର ଦିନ ଘରୁ ବାହାରକୁ ଯିବା କଥା କହି ଆଉ ଫେରିନଥିଲେ । ତେବେ ରବିବାର ଜଡ଼ାପାରା ଜଙ୍ଗଲରେ ମନସୁ ଗଣ୍ଡର ଝୁଲନ୍ତା ମୃତଦେହ ଠାବ ହୋଇଛି । ସେପଟେ ଘଟଣା ସମ୍ପର୍କରେ ଖବର ପାଇ କୁନ୍ଦେଇ ଥାନା ଆଇଆଇସି ଟଙ୍କଗିରି ଭୋଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ