ETV Bharat / state

କୋଡିଙ୍ଗାରେ ସ୍ଥାପନ ହେବ ପ୍ରଥମ ଶ୍ରେଣୀ ଅଦାଲତ, ଉଚ୍ଚ ନ୍ୟାୟାଳୟର ସ୍ବୀକୃତି - ଉଚ୍ଚ ନ୍ୟାୟାଳୟ

ବହୁ ଦିନର ଦାବି ପରେ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଠାରେ ନୂତନ ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ଅଦାଲତ ସ୍ଥାପନ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ତରଫରୁ ଅନୁମତି ପ୍ରଦାନ କରିଛନ୍ତି ।

A court will be set up in Kodinga
କୋଡିଙ୍ଗାରେ ସ୍ଥାପନ ହେବ ପ୍ରଥମ ଶ୍ରେଣୀ ଅଦାଲତ
author img

By

Published : Aug 17, 2020, 7:41 PM IST

ନବରଙ୍ଗପୁର: ବହୁ ଦିନର ଦାବି ପରେ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଠାରେ ନୂତନ ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ଅଦାଲତ ସ୍ଥାପନ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ତରଫରୁ ଅନୁମତି ପ୍ରଦାନ କରିଛନ୍ତି । ଏହାକୁ ନେଇ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟବିଚାରପତିଙ୍କୁ କୃତଞ୍ଜତା ଜ୍ଞାପନ କରାଯାଇଛି ।

A court will be set up in Kodinga
କୋଡିଙ୍ଗାରେ ସ୍ଥାପନ ହେବ ପ୍ରଥମ ଶ୍ରେଣୀ ଅଦାଲତ

ପ୍ରାୟ 32 ଟି ପଞ୍ଚାୟତର ଜନସାଧାରଣ ଅଦାଲତ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ନବରଙ୍ଗପୁର ଉପରେ ନିର୍ଭର କରୁଥିଲେ । ପ୍ରାୟ 50 କିଲୋମିଟର ଦୂରରେ ଥିବା ନବରଙ୍ଗପୁର ସହରକୁ ଗମନାଗମନର ଯଥେଷ୍ଟ ସୁବିଧା ନଥିଲା । ଏହାକୁ ନେଇ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ମାନସିକ, ଶରୀରିକ ଓ ଆର୍ଥିକ ଦୃଷ୍ଟିରୁ ବହୁତ ହଇରାଣ ହରକତ ହେଉଥିଲେ । ଲୋକଙ୍କ ଏହି ସମସ୍ୟାକୁ ନେଇ ଅନେକ ସମୟରେ କୋଡିଙ୍ଗା ଠାରେ ଏକ ନୂତନ ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ଅଦାଲତ ସ୍ଥାପନ ପାଇଁ ଦାବି ହୋଇ ଆସୁଥିଲା ।

ଏହାକୁ ହୃଦୟଙ୍ଗମ କରି ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଚିଠି ନମ୍ବର ୭୩୫୪(୨୪) XVIII -୨/୨୦୧୫ ପ୍ରକାରେ କୋଡିଙ୍ଗା ଠାରେ ଏକ ନୂତନ ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ଅଦାଲତ ସ୍ଥାପନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାକୁ ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏଥିପାଇଁ ଉଚ୍ଚ ନ୍ୟାୟାଳୟଙ୍କୁ ଧନ୍ୟବାଦ ଦେବା ସହିତ କୋଡିଙ୍ଗା ଠାରେ ଆବଶ୍ୟକ ଭିତ୍ତିଭୂମି ଓ ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ ଥିବାରୁ ଯଥାଶୀଘ୍ର ବିଚାର ବିଭାଗୀୟ ଅଦାଲତ ସ୍ଥାପନ କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହୋଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.