ETV Bharat / state

ଚାଷ କରିବାର ସ୍ପୃହା ଆଗରେ ହାର ମାନିଛି ବାର୍ଦ୍ଧକ୍ୟ

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବାର୍ଦ୍ଧକ୍ୟ । ବୟସ 90 ବର୍ଷ । ବୟସର ଅପରାହ୍ନରେ କାମ କରିବାର ଅଜବ ଝୁଙ୍କ । 4 ଏକର ଡଙ୍ଗର ଜମିକୁ ଖୋଳି ସମତୁଲ କରି ଚାଷପୋଯୋଗୀ ଜମି କରିଛନ୍ତି ବୃଦ୍ଧ ଜଣଙ୍କ । ଜାଣନ୍ତୁ ତାଙ୍କ ବିଷୟରେ...

author img

By

Published : Feb 22, 2020, 7:03 PM IST

ଚାଷ କରିବାର ସ୍ପୃହା ଆଗରେ ପ୍ରତିବନ୍ଧକ ସାଜିନି ବୟସ

ନବରଙ୍ଗପୁର: ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବାର୍ଦ୍ଧକ୍ୟ । ବୟସ 90 ବର୍ଷ । ବୟସର ଅପରାହ୍ନରେ କାମ କରିବାର ଅଜବ ନିଶା । 4 ଏକର ଡଙ୍ଗର ଜମିକୁ ଖୋଳି ସମତୁଲ କରି ଚାଷପୋଯୋଗୀ ଜମି କରିଛନ୍ତି ବୃଦ୍ଧ ଜଣଙ୍କ । ୪ ବର୍ଷରେ ୪ ଏକର ଟାଙ୍ଗରା ଭୂମିକୁ ଚାଷପୋଯୋଗୀ ଜମି କରି ସାଜିଛନ୍ତି ଅନ୍ୟ ପାଇଁ ଉଦାହରଣ । ସତେ ଯେପରି ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ନିଜର ବୟସ ସହ କାମ କରିବାର ଏହି ଅଜବ ନିଶାକୁ ନେଇ ଏବେ ଚର୍ଚ୍ଚାରେ ପାପଡାହାଣ୍ଡି ବ୍ଲକର ଗାଦବା କତରା ଗ୍ରାମର ଲୌହ ମାନବ ମାଧବ ଅଗରିଆ ।

କାନ୍ଧରେ ବାହୁଙ୍ଗି ହାତରେ ଖଣ୍ଡିଏ ବାଡି । ପ୍ରତିଦିନ ବଡିଭୋରୁ ଏମିତି ବାହାରି ଯାଆନ୍ତି 90 ବର୍ଷୀୟ ବୃଦ୍ଧ ମାଧବ ଅଗରିଆ । କାମ କରିବାର ସ୍ପୃହା ଆଗରେ ପ୍ରତିବନ୍ଧକ ସାଜିପାରିନାହିଁ ବୟସ । ଆଖିକୁ ଏବେ ଟିକେ ଟିକେ ଝାପସା ଦିଶୁଛି ହେଲେ ମନୋବଳ ପୁରା ଦୃଢ । ଆଉ ଏଥିପାଇଁ ତାଙ୍କୁ ନେଇ ଏବେ ଖୁବ ଚର୍ଚ୍ଚା । ଟାଙ୍ଗରା ପଥର ଜମିକୁ ସମତୁଲ କରିବାରେ ପୁରା ବ୍ୟସ୍ତ ଏହି 90 ବର୍ଷୀୟ ବୃଦ୍ଧ । ନା ଥକନ୍ତି ନା କେବେ ମେଡିକାଲ ଯାଇଛନ୍ତି । ବୟସର କାଳ କ୍ରମେ ସେ ଚାଷକୁ ହିଁ ନିଜର ବୃତ୍ତି କରିଛନ୍ତି । ଗତ ୪ ବର୍ଷ ହେଲା ସେ ୪ ଏକର ଟାଙ୍ଗରା ପଥୁରିଆ ଜମିକୁ ଖୋଳି ଚାଷ ଉପଯୋଗୀ ଜମିରେ ତିଆରି କରିପାରିଛନ୍ତି । ଯାହାକୁ ନେଇ ଏବେ ସେହି ଅଞ୍ଚଳରେ ଜୋରଦାର ଚର୍ଚ୍ଚା।

କେବଳ କାମ ନୁହେଁ ଦୁଇ ତିନି ଦିନ ପର୍ଯ୍ୟନ୍ତ କିଛି ବି ନ ଖାଇ ମାଧବ ରହିଯାଆନ୍ତି । ସାରାଦିନ ଜମି କାମରେ ବ୍ୟସ୍ତ ରହୁଥିବା ମାଧବ କେବେ ବି ଥକି ନଥାନ୍ତି କି କାହାର ସାହାଯ୍ୟ ବି ମାଗିନାହିଁନ୍ତି । ଏହି ପରିଣତ ବୟସରେ ଆଳସ୍ୟ କେବେ ମଧ୍ୟ ଛୁଇଁ ପାରିନାହିଁ ତାଙ୍କୁ ଯାହା ଆଜିକାଲିର ଯୁବ ବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ କହିଲେ ଅତ୍ୟୁକ୍ତି ହେବ ନାହିଁ । ମାଧବଙ୍କ ପାରିବାପଣିଆ ସହ ଦୃଢଇଚ୍ଛା ଶକ୍ତି ଦେଖି ଯବୁବର୍ଗ ବି ତାଙ୍କ ଭଳି ହେବା ଉଚିତ ବୋଲି ସବୁ ସ୍ତରରେ ମତ ପ୍ରକାଶ ପାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.