ETV Bharat / state

ଅନ୍ଧବିଶ୍ବାସର କରୁଣ ଚିତ୍ର, ଚେଙ୍କ ନେଲା 9 ମାସ ଶିଶୁର ଜୀବନ

author img

By

Published : Jul 30, 2022, 2:02 PM IST

ଜ୍ବର ଭଲ କରିବାକୁ ଯାଇ ଚେଙ୍କ ଦେବାରୁ ଚାଲିଗଲା ୯ମାସ ଶିଶୁ ପୁତ୍ରର ଜୀବନ । ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ରାଇଘର ବ୍ଲକର ଜଡ଼ାପାରା ଗ୍ରାମରେ । ଅଧିକ ପଢନ୍ତୁ

ଅନ୍ଧବିଶ୍ବାସର କରୁଣ ଚିତ୍ର, ଜ୍ବର ଭଲ କରିବାକୁ ଯାଇ ଚେଙ୍କ ଦେବାରୁ ଶିଶୁର ମୃତ୍ୟୁ

ନବରଙ୍ଗପୁର: ଅନ୍ଧବିଶ୍ବାସର କରୁଣ ଚିତ୍ର । ଜ୍ବର ଭଲ କରିବାକୁ ଯାଇ ଚେଙ୍କ ଦେବାରୁ ଚାଲିଗଲା ୯ମାସ ଶିଶୁ ପୁତ୍ରର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଇଘର ବ୍ଲକର ଜଡ଼ାପାରା ଗ୍ରାମରେ । ମୃତ ଶିଶୁ ହେଉଛି ସୁକଦେବ ଗଣ୍ଡଙ୍କ ୯ ମାସର ପୁଅ ରୂପେଶ ଗଣ୍ଡ ।

ସୂଚନା ଅନୁଯାୟୀ, ଗତ ସୋମବାର ଥଣ୍ଡା, କାଶ ସହିତ ଜ୍ବରରେ ପୀଡିତ ହୋଇଥିଲା ୯ମାସର ଶିଶୁ ରୂପେଶ । ଏହା ଜାଣିପାରି ସେଠାକାର ଆଶାକର୍ମୀ ସହନ୍ତି ଗଣ୍ଡ ପୁଅକୁ ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଆଶାକର୍ମୀଙ୍କ କଥାକୁ ଭୃକ୍ଷେପ ନକରି ଘରୋଇ ଚିକିତ୍ସା କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ । ଫଳରେ ବୁଧବାର ଦିନ ଜୋଡ଼ଯୋଙ୍ଗା ଅଞ୍ଚଳରୁ ଜଣେ ବୃଦ୍ଧାଙ୍କୁ ଡକାଇ ରୂପେଶକୁ ଚେଙ୍କ ଦେଇଥିଲେ । ଏନେଇ ଖବର ପାଇଁ ଆଶାକର୍ମୀ ଜଣଙ୍କ ସୁକଦେବଙ୍କ ଘରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଶିଶୁଟିକୁ ହାଟ ଭରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l

ସେଠାରେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପର୍ଯ୍ୟନ୍ତ ଚିକିତ୍ସା ଜାରି ରହିବ ବୋଲି ଡାକ୍ତର କହିବା ପରେ ଗତ ଗୁରୁବାର ରୂପେଶକୁ ନେଇ ପରିବାର ଲୋକେ ମେଡିକାଲରୁ ଲୁଚି ପଳାଇ ଆସିଥିଲେ । ଏହା ଜାଣିପାରି ଡାକ୍ତର କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଶିଶୁଟିକୁ ପରିବାର ଲୋକେ ଘରେ ଚିକିତ୍ସା କରୁଥିବା ବେଳେ ଆଶାକର୍ମୀ ହସ୍ପିଟାଲରେ ଚିକିତ୍ସା କରିବାକୁ କହିଥିଲେ । କିନ୍ତୁ ପରିବାର ଲୋକେ ଏହା ନଶୁଣିବାରୁ ଶେଷରେ ରୂପେଶର ଗୁରୁବାର ଭୋର ୪ଟା ସମୟରେ ମୃତ୍ୟୁ ଘଟିଥିଲା l ତେବେ ଚେଙ୍କ ଚିକିତ୍ସା ଯୋଗୁଁ ନିରୀହ ଶିଶୁର ଜୀବନ ଯାଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.