ETV Bharat / state

ଜଙ୍ଗଲ କାଟିବା ଅଭିଯୋଗରେ ବନ ବିଭାଗ ପଞ୍ଝାରେ 8 ଅଭିଯୁକ୍ତ - ନବରଙ୍ଗପୁର ବନ ବିଭାଗ

ସ୍ଥାନୀୟ ଝରିଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳତା । ଦୀର୍ଘ ଦିନ ହେଲା ଲୁଚି ଛପି ଜଙ୍ଗଲ କାଟି ପଦା କରି ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅନେକ ଉଦ୍ୟମ କରାଯାଇଥିଲା । ହେଲେ ଏଥର ବନ ବିଭାଗ ହାତରୁ ଖସି ପାରିନଥିଲେ ଏହି ଅଭିଯୁକ୍ତ । ଅଧିକ ପଢନ୍ତୁ...

nabarangpur latest news, deforstation, forest dept of nabarangpur, ନବରଙ୍ଗପୁର ଲାଟେଷ୍ଟ ନ୍ୟୁଜ୍‌, ନବରଙ୍ଗପୁର ବନ ବିଭାଗ, ଜଙ୍ଗଲ ନଷ୍ଟ
ଜଙ୍ଗଲ କାଟିବା ଅଭିଯୋଗରେ ବନ ବିଭାଗ ପଞ୍ଝାରେ 8 ଅଭିଯୁକ୍ତ
author img

By

Published : Aug 20, 2020, 1:27 PM IST

ନବରଙ୍ଗପୁର: ସ୍ଥାନୀୟ ଝରିଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳତା । ଦୀର୍ଘ ଦିନ ହେଲା ଲୁଚି ଛପି ଜଙ୍ଗଲ କାଟି ପଦା କରି ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅନେକ ଉଦ୍ୟମ କରାଯାଇଥିଲା । ହେଲେ ଏଥର ବନ ବିଭାଗ ହାତରୁ ଖସି ପାରିନଥିଲେ ଏହି ଅଭିଯୁକ୍ତ । ଏ ହେଉଛି ଝରିଗାଁ ରେଞ୍ଜ, କଙ୍ଗ୍ରl ସେକ୍ସନର ସାନଟେମେରା ବିଟର ସାନଟେମେରା ରିଜର୍ଭ ଜଙ୍ଗଲର ଦୃଶ୍ୟ । ଯେଉଁଠି ବନ ବିଭାଗକୁ ବାରମ୍ବାର ଚକମା ଦେଇ ଅଭିଯୁକ୍ତମାନେ ଲୁଚି ଛପି ଜଙ୍ଗଲ କାଟୁଥିଲେ ।

ଜଙ୍ଗଲ କାଟିବା ଅଭିଯୋଗରେ ବନ ବିଭାଗ ପଞ୍ଝାରେ 8 ଅଭିଯୁକ୍ତ

ଏନେଇ ଖବର ପାଇବା ପରେ ସେକ୍ସନ ଫରେଷ୍ଟର ଚନ୍ଦ୍ରଧ୍ବଜ ଲମତା ଏବଂ ଜସ୍ମିରାଣୀଙ୍କ ତତ୍ତ୍ବାବଧାନରେ ଫରେଷ୍ଟ ଗାର୍ଡ଼ ନଗେନ୍ଦ୍ର ନାଥ ପୂଜାରୀ ଏବଂ ପାରାଷ୍ଟlଫ ମିଳିତ ଚଢ଼ାଉ କରି ଜଙ୍ଗଲ ମଧ୍ୟରୁ 8 ଜଣକୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଏଥିସହ ଗଛ କାଟିବାରେ ବ୍ୟବହୃତ କାତି କୁରାଢୀ ଆଦି ମଧ୍ୟ ଜବତ କରାଯାଇଛି । ତେବେ ଅଭିଯୁକ୍ତମାନେ ଦୀର୍ଘ ଦିନ ଧରି ପାଖାପାଖି ତିନି ଏକର ଜଙ୍ଗଲ କାଟି ପୁରା ପଦା କରି ଦେଇଥିବା ବେଳେ ଅପରାଧରେ ଜଡିତ ସମସ୍ତ ଅଭିଯୁକ୍ତ ଇଚ୍ଛାପୁର ଗ୍ରାମର ବାସିନ୍ଦା ବୋଲି ଜଣା ପଡିଛି ।

ଗିରଫ ହୋଇଥିବା 8 ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ସାମିଲ ରହିଥିବା ଜଣା ପଡିଛି । ତେବେ କଟାଯାଇଥିବା ଅତି ମୂଲ୍ୟବାନ ଗଛଗୁଡ଼ିକୁ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ରେଞ୍ଜର ମୁକୁନ୍ଦ ଦିଶାରୀ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.