ନବରଙ୍ଗପୁର: ଜିଲ୍ଲାରେ ଅଣାୟତଃ ଆଡ଼କୁ ଗତି କରୁଛି କୋରୋନା ସ୍ଥିତି । ଜିଲ୍ଲାରେ ଆଜି (ବୁଧବାର) ପୁଣି 70 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଏହି 70 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ନବରଙ୍ଗପୁର ପୌରାଞ୍ଚଳରୁ 37 ଜଣ, ନନ୍ଦାହାଣ୍ଡି ବ୍ଲକରୁ 9 ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ନବରଙ୍ଗପୁର ବ୍ଲକରୁ 4 ଜଣ, ଉମରକୋଟ ପୌରାଞ୍ଚଳ 6 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 6 ଜଣ, କୋଷାଗୁମୁଡା ବ୍ଲକରୁ 3 ଜଣ, ରାଇଘର ବ୍ଲକରୁ 3 ଜଣ ଡାବୁଗାଁ, ଚନ୍ଦାହାଣ୍ଡି ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।
ବୁଧବାର ଚିହ୍ନଟ 70 ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 3145 ରହିଥିବାବେଳେ ସେମାନଙ୍କ ମଧ୍ୟରୁ 2214 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ 913 ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାବେଳେ, ସେମାନଙ୍କ ମଧ୍ୟରୁ 694 ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି ।
ଅନ୍ୟପଟେ ଜିଲ୍ଲାରେ ମୋଟ 62575 ଜଣଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ