ETV Bharat / state

ନବରଙ୍ଗରପୁରରେ ଦିନକରେ 65 କୋରୋନା ପଜିଟିଭ ଚିହ୍ନଟ

author img

By

Published : Aug 26, 2020, 5:36 PM IST

ନବରଙ୍ଗପୁର ଜିଲ୍ଲାରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବୁଧବାର ଜିଲ୍ଲାରୁ ପୁଣି ଚିହ୍ନଟ ହେଲେ ୬୫ କୋରୋନା ପଜିଟିଭ l ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦିନକରେ 65 କୋରୋନା ଚିହ୍ନଟ
ଦିନକରେ 65 କୋରୋନା ଚିହ୍ନଟ

ନବରଙ୍ଗପୁର: ଜିଲ୍ଲାରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବୁଧବାର ଜିଲ୍ଲାରୁ ପୁଣି ଚିହ୍ନଟ ହେଲେ ୬୫ କୋରୋନା ପଜିଟିଭ l ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ପାଇବା ପରେ ଏନେଇ ନବରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ୬୫ ଜଣଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ନବରଙ୍ଗପୁର ମ୍ୟୁନିସିପାଲିଟିରୁ ୧୮, ନବରଙ୍ଗପୁର ବ୍ଲକରୁ ୮, ଉମରକୋଟ ମ୍ୟୁନିସିପାଲିଟିରୁ ୧୨, ଉମରକୋଟ ବ୍ଲକରୁ ୬, ନନ୍ଦାହାଣ୍ଡି ବ୍ଲକରୁ ୮, ତେନ୍ତୁଳିଖୁଣ୍ଟି ବ୍ଲକରୁ ୯, ଡାବୁଗାଁ ବ୍ଲକରୁ ୨, କୋଶାଗୁମୁଡ଼ା ବ୍ଲକରୁ ୨ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛି ।

ଦିନକରେ 65 କୋରୋନା ଚିହ୍ନଟ
ଦିନକରେ 65 କୋରୋନା ଚିହ୍ନଟ

ଆଜିର ୬୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ୍ ସଂଖ୍ୟା ୯୫୯ରେ ପହଞ୍ଚିଥିବାବେଳେ ସେମାନଙ୍କ ମଧ୍ୟରୁ ୫୮୩ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି ୩୭୩ ଜଣ କୋରୋନା ପଜିଟିଭ୍ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାବେଳେ ସେଥିମଧ୍ୟରୁ ୨୪୭ ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି ।

ଏଥିସହ ଜିଲ୍ଲାରେ ଜଣେ ମାତ୍ର କୋରୋନାରେ ପ୍ରାଣ ହରାଇଛନ୍ତି । ଜିଲ୍ଲାରେ ଟେଷ୍ଟିଙ୍ଗ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪୦୧୩୩ ଟି ସାମ୍ପୁଲ ସଂଗ୍ରହ ହୋଇଥିବା ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.