ETV Bharat / state

ନବରଙ୍ଗପୁରରୁ କେନ୍ଦୁପତ୍ର ବୋଝେଇ 6 ଟ୍ରକ ଜବତ

୬ ଟି କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ କରିଛି ନବରଙ୍ଗପୁର ପୋଲିସ । 6 ଜଣ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଟ୍ରକ ଭିତରେ ଅନ୍ୟ ଜିନିଷ ଥିବା ସନ୍ଦେହ କରିଛି ପୋଲିସ l

author img

By

Published : Aug 4, 2019, 8:31 PM IST

ଡିଜାଇନ ଫଟୋ

ନବରଙ୍ଗପୁର: ୬ଟି କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ କରିଛି ନବରଙ୍ଗପୁର ପୋଲିସ । ବେପରୁଆ ଗାଡି ଚାଲାଣ ଓ ବିପଦପୂର୍ଣ୍ଣ ଅବସ୍ଥାରେ ଆବଶ୍ୟକତା ଠାରୁ ଅଧିକ କେନ୍ଦୁପତ୍ର ବୋଝେଇ ଯୋଗୁଁ ପୋଲିସ ଟ୍ରକ ଗୁଡିକୁ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନାନୁଯାୟୀ, ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ ସମୟରେ ଦ୍ରୁତ ଗତିରେ ଯାଉଥିବା ଏହି ଟ୍ରକକୁ ଅଟକାଇବାକୁ ଚେଷ୍ଟା କରିଥିଲା । କିନ୍ତୁ 6ଟି ଯାକ ଟ୍ରକ ଗାଡି ନ ଅଟକାଇ ଚାଲି ଯାଇଥିଲା । ପରେ ପୋଲିସ ଟ୍ରକ ଗୁଡିକୁ ଗୋଡାଇ 6 ଜଣ ଡ୍ରାଇଭରକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଟ୍ରକ ଭିତରେ ଅନ୍ୟ ଜିନିଷ ଥିବା ସନ୍ଦେହ କରିଛି ପୋଲିସ l

ତେବେ ସମସ୍ତ ଟ୍ରକ ମାଲକାନଗିରିରୁ ରାୟପୁର ଅଭିମୁଖେ ଯାଉଥିବା ଜଣାପଡିଛି l ଓଭରଲୋଡ କରିଥିବାରୁ ରୋଡ ସେଫ୍ଟି ଦୃଷ୍ଟିରୁ, ବେପାରୁଆ ଗାଡି ଚାଲାଣ ଓ ଗାଡ଼ିରେ ଅନ୍ୟ କିଛି ଥିବା ସନ୍ଦେହ ନେଇ ଏଭି ଧାରା 177, 183, 184, 192, 194 ଓ 201 ଅନୁସାରେ ଜବତ କରାଯାଇଛି l ଏହାସହ ଡ୍ରାଇଭର ମାନଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛନ୍ତି l

ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.