ନବରଙ୍ଗପୁର: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରୀ ଛକ ନିକଟରେ ଏମଏସବି ନାମକ ଘୋରଇ ଯାତ୍ରୀବାହୀ ବସ ଚାଲୁଥିବା ସମୟରେ ଗାଡିର ଚାରୋଟି ଚକ ବାହାରି ବସରୁ ବିଛିନ୍ନ ହୋଇଯାଇଥିଲା ।
ଗାଡିଟି ଉମରକୋଟ ଠାରୁ ବାହାରି ନବରଙ୍ଗପୁର ଅଭିମୁଖେ ଯାଉଥିବା ବେଳେ 39 ନମ୍ବର ରାଜ୍ୟ ରାଜପଥ ଉପରେ ଗାଡିର ଚାରୋଟି ଚକ ବାହାରି ଯାଇ ବିଲ ଭିତରେ ପଡିଥିଲା । ଯାହାଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଚାଲିଯାଇଥିଲା । କିନ୍ତୁ ବସ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଗାଡିରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଗାଡି ଭିତରୁ ବାହାରକୁ ଚାଲିଆସିଥିଲେ ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ