ETV Bharat / state

ନବରଙ୍ଗପୁରରେ ବଢୁଛି ସଂକ୍ରମଣ, ସଟଡାଉନ ନେଇ ସଙ୍କେତ ଦେଲେ ଜିଲ୍ଲାପାଳ - nabarangpur collector

ଜିଲ୍ଲାରେ ପୁଣି 4 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଯେକୌଣସି ମୁହୂର୍ତ୍ତରେ ଜିଲ୍ଲାକୁ ସଟଡାଉନ କରାଯିବା ନେଇ ସୂଚନା ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ନବରଙ୍ଗପୁରରୁ ଆଉ 4 ନୂଆ ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁରରୁ ଆଉ 4 ନୂଆ ଆକ୍ରାନ୍ତ ଚିହ୍ନଟ
author img

By

Published : Jul 23, 2020, 2:00 PM IST

ନବରଙ୍ଗପୁର: ଜିଲ୍ଲାରେ ଥମୁନି କୋରୋନା ସଂକ୍ରମଣ। ପୁଣି ଗୁରୁବାର 4 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପାଇବା ପରେ ଏନେଇ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି ।

ଗୁରୁବାର ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ନବରଙ୍ଗପୁର ସହର ଓ ଆଖପାଖର ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସମସ୍ତ ଆକ୍ରାନ୍ତଙ୍କୁ ନବରଙ୍ଗପୁର ସ୍ଥିତ କୋଭିଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି 4 ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବଢି 188ରେ ପହଁଚିଛି ।

ନବରଙ୍ଗପୁରରୁ ଆଉ 4 ନୂଆ ଆକ୍ରାନ୍ତ ଚିହ୍ନଟ

ସେଥିମଧ୍ୟରୁ 40 ଜଣ ଚିକିତ୍ସାଧୀନ ଥିବାବେଳେ, ଅନ୍ୟ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପରିସ୍ଥିତିକୁ ଆଖିଆଗରେ ରଖି ଯେକୌଣସି ମୁହୂର୍ତ୍ତରେ ସଟଡାଉନ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.