ETV Bharat / state

ପାହାଡ ଖାଇଗଲେ ବେଆଇନ କ୍ରସର ମାଲିକ - ପଥର ମାଫିଆ

ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଡେଙ୍ଗାଗୁଡାରେ ବେଆଇନ ଭାବରେ ଚାଲିଛି 4ଟି କ୍ରସର । ଦିନେ କି ଦୁଇଦିନ ନୁହେଁ 6 ମାସ ହେଲା ବିନା କାଗଜ ପତ୍ରରେ ଏହି ବେଆଇନ କ୍ରସର ଚାଲିଥିବା ଅଭିଯୋଗ ହୋଇଥିଲେ ବି ଫଳଶୂନ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

ପାହାଡ ଖାଇଗଲେ ବେଆଇନ କ୍ରସର ମାଲିକ
author img

By

Published : Nov 20, 2019, 5:00 PM IST

ନବରଙ୍ଗପୁର: ସହରରୁ ମାତ୍ର 5 କିମି ଦୂରରେ ଥିବା ଡେଙ୍ଗାଗୁଡାରେ ବେଆଇନ ଭାବରେ ଚାଲିଛି 4ଟି କ୍ରସର । ପ୍ରଶାସନର ଆଖି ଆଗରେ ବିନା ଲାଇସେନ୍ସରେ କ୍ରସର ଚାଲିଥିବାବେଳେ କୋଟିକୋଟି ଟଙ୍କାର ପଥର ଦିନ ଦ୍ଵିପହରରେ ହରିଲୁଟ କରି ମଫିଆ ହେଉଛନ୍ତି ମାଲାମାଲ । ଦିନେ କି ଦୁଇଦିନ ନୁହେଁ 6 ମାସ ହେଲା ବିନା କାଗଜ ପତ୍ରରେ ଏହି ବେଆଇନ କ୍ରସର ଚାଲିଥିବା ଅଭିଯୋଗ ହୋଇଥିଲେ ବି ଫଳଶୂନ ।

ପାହାଡ ଖାଇଗଲେ ବେଆଇନ କ୍ରସର ମାଲିକ

ସରକାର ରାଜସ୍ବ ହରାଇ ପଥର ଦଲାଲଙ୍କ ସହ ମଧୁଚନ୍ଦ୍ରିକା ସାଜି ଚୁପ ହୋଇ ବସି ପଡିଥିବାବେଳେ ଜିଲ୍ଲାରେ ଏବେ ପଥର ମାଫିଆ ବେଶ ସକ୍ରିୟ ଥିବା ଜଣାପଡିଛି । ରାତିରେ ପଥର ବ୍ଳାଷ୍ଟିଙ୍ଗ ହେଉଥିବା ବେଳେ ଦିନରେ କ୍ରସର ଚଳାଇ ପଥର ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଛି । କ୍ରସର ମାଲିକମାନେ ରହୁନଥିବା ବେଳେ ଶ୍ରମିକମାନେ ଏହି କ୍ରସର ଗୁଡିକୁ ପରିଚାଳନା କରୁଥିବା ଦେଖିବାକୁ ମିଳୁଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ କ୍ରସର ଗୁଡିକ ସମ୍ପର୍କରେ ତହସିଲଦାର ଅବଗତ ଅଛନ୍ତି।

ଏନେଇ ନନ୍ଦାହାଣ୍ଡି ତହସିଲଦାରଙ୍କୁ ପଚାରିବାରୁ ସେ ଖୁବଶୀଘ୍ର ଚଢାଉ କରାଯିବ ବୋଲି କହିଛନ୍ତି । ତେବେ ଏଦିଗରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ଜୋର ଧରିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Visual Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.