ETV Bharat / state

ନବରଙ୍ଗପୁରରୁ ପୁୁଣି 38 ନୂଆ କୋରୋନା ପଜିଟିଭ

author img

By

Published : Aug 30, 2020, 10:21 PM IST

ନବରଙ୍ଗପୁର ଜିଲ୍ଲାରୁ ପୁଣି ଚିହ୍ନଟ ହେଲେ 38 କୋରୋନା ପଜିଟିଭ l ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ପାଇବା ପରେ ଏନେଇ ନବରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟ ସୂଚନା ଦେଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପୁୁଣି 38 ନୂଆ କୋରୋନା ପଜିଟିଭ
ପୁୁଣି 38 ନୂଆ କୋରୋନା ପଜିଟିଭ

ନବରଙ୍ଗପୁର: ଜିଲ୍ଲାରେ ଦୃତ ଗତିରେ ବଢ଼ିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ଜିଲ୍ଲାରୁ ପୁଣି ଚିହ୍ନଟ ହେଲେ 38 କୋରୋନା ପଜିଟିଭ l ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ପାଇବା ପରେ ଏନେଇ ନବରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟ ସୂଚନା ଦେଇଛି । ଆଜି ଚିହ୍ନଟ ହୋଇଥିବା ୩୮ ଜଣଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ନବରଙ୍ଗପୁର ମୁନୁସିପାଲିଟିରୁ ୯ ଜଣ, ଉମରକୋଟ ମୁନୁସିପାଲିଟିର ୮ ଜଣ, ନବରଙ୍ଗପୁର ବ୍ଲକ ୪ ଜଣ, କୋଶାଗୁମୁଡ଼ା ବ୍ଲକରୁ ୩ ଜଣ, ପାପଡାହାଣ୍ଡି ବ୍ଲକ ୫, ନନ୍ଦାହାଣ୍ଡି ବ୍ଲକରୁ ୩, ତେନ୍ତୁଳିଖୁଣ୍ଟି ବ୍ଲକରୁ ୩, ଡାବୁଗାଁ ବ୍ଲକ ଓ ରାଇଘରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ପୁୁଣି 38 ନୂଆ କୋରୋନା ପଜିଟିଭ
ପୁୁଣି 38 ନୂଆ କୋରୋନା ପଜିଟିଭ

ସେହିପରି ଝରିଗାଁ ବ୍ଲକରୁ ୨ ଜଣ, ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା କୋରାପୁଟ ଜିଲ୍ଲା କୁସୁମିଗୁଡାର ଜଣେ ଓ ମାଲକନିଗିରିରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି । ଆଜିର ୩୮ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ୍ ସଂଖ୍ୟା ୧୦୯୬ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୭୨ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବାକି ୩୭୦ ଜଣ କୋରୋନା ପଜିଟିଭ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସେଥିମଧ୍ୟରୁ ୨୭୧ ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ନେଇ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.