ETV Bharat / state

ନବରଙ୍ଗପୁରରେ 24 ଘଣ୍ଟାରେ 351 ସଂକ୍ରମିତ ଚିହ୍ନଟ - ନବରଙ୍ଗପୁର କୋରୋନା ସ୍ଥିତି

ନବରଙ୍ଗପୁର ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ 351 ଜଣ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ...

ନବରଙ୍ଗପୁରରେ ଗତ 24 ଘଣ୍ଟାରେ 351 ସଂକ୍ରମିତ ଚିହ୍ନଟ

author img

By

Published : May 19, 2021, 4:25 PM IST

ନବରଙ୍ଗପୁର: କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି। ଜିଲ୍ଲାରେ ଲୁଚକାଳି ଖେଳୁଛି କରୋନା ସଂକ୍ରମଣ, କେବେ ବଢୁଛି ତ କେବେ କମୁଛି l ଗତ 24 ଘଣ୍ଟା ମଧ୍ୟରେ 351 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ 16 ହଜାରକୁ ଟପିଛି ସଂକ୍ରମିତଙ୍କ ସଂଖ୍ୟା l

ନବରଙ୍ଗପୁରରେ ଗତ 24 ଘଣ୍ଟାରେ 351 ସଂକ୍ରମିତ ଚିହ୍ନଟ
ନବରଙ୍ଗପୁରରେ ଗତ 24 ଘଣ୍ଟାରେ 351 ସଂକ୍ରମିତ ଚିହ୍ନଟ

ଆଜିର 351 ଜଣ ନୂଆ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଝରିଗାଁ ବ୍ଲକରୁ 68 ଜଣ, ଉମରକୋଟ ବ୍ଲକରୁ 65 ଜଣ ସର୍ବାଧିକ ଚିହ୍ନଟ ହୋଇଥିବା ବେଳେ ଚନ୍ଦାହାଣ୍ଡି ବ୍ଲକରୁ 38 ଜଣ, ଉମରକୋଟ ପୌରାଞ୍ଚଳରୁ 35 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ 29 ଜଣ, ନବରଙ୍ଗପୁର ବ୍ଲକରୁ 23 ଜଣ, ରାଇଘର ବ୍ଲକରୁ 22 ଜଣ, ନନ୍ଦାହାଣ୍ଡି ବ୍ଲକରୁ 17 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 16 ଜଣ, କୋଷାଗୁମୁଡା 15 ଜଣ, ପାପଡାହାଣ୍ଡି ବ୍ଲକରୁ 13 ଜଣ, ଡାବୁଗାଁ ବ୍ଲକରୁ 10 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l

ଜିଲ୍ଲାରେ ଆଜକୁ 2 ଲକ୍ଷ 63 ହଜାର 41 ଜଣଙ୍କ ନମୁନା ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ବେଳେ 16 ହଜାର 418 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି l ସେଥିମଧ୍ୟରୁ 13 ହଜାର 86 ଜଣ ସୁସ୍ଥ ହୋଇଛନ୍ତି l ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 3 ହଜାର 215 ଜଣଙ୍କ ସଂକ୍ରମିତ ସକ୍ରିୟ ମାମଲା ଥିବାବେଳେ 2 ହଜାର 968 ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.