ETV Bharat / state

୩୩ କେଜି ଗଞ୍ଜେଇ ଜବତ, ଜଣେ ଗିରଫ - nabarangapur cannabis seized

ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ପୁଲିସ ଜଣେ ବ୍ୟକ୍ତିଙ୍କ ଠାରୁ ୩୩ କିଲୋ ଗଞ୍ଜେଇ ଜବତ କରି ଗିରଫ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

୩୩ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
୩୩ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
author img

By

Published : Mar 13, 2021, 6:56 PM IST

ନବରଙ୍ଗପୁର : ଜିଲ୍ଲାର କୋଷାଗୁମୁଡା ପୁଲିସକୁ ମିଳିଛି ଆଉ ଏକ ସଫଳତା । ପୁଲିସ ଜଣେ ବ୍ୟକ୍ତିଙ୍କ ଠାରୁ ୩୩ କିଲୋ ଗଞ୍ଜେଇ ଜବତ କରି ଗିରଫ କରିଥିବା ଜଣାପଡ଼ିଛି । ପୁଲିସ ସୂଚନା ଦେଇଛି ଯେ, କୋଷାଗୁମୁଡା ଥାନା ଅନ୍ତର୍ଗତ ମାଝୀ ଧନୁଆ ଗ୍ରାମର ଭଇଁସାବେଡା ଗାଁ ଛକ ନିକଟରେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଜଗିଥିଲା ।

ଏହି ସମୟରେ ଉକିଆପାଲି ପଞ୍ଚାୟତ ବରଗାଁରୁ ୩ ଜଣ ବ୍ୟକ୍ତି ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୁଲିସ ହାତରେ ଧରା ପଡିଥିଲା । ଗିରଫ ହୋଇଥିବା ବ୍ୟକ୍ତି ଜଣକ ଉକିଆପାଲି ଗ୍ରାମର ଦୁଲଭ ସମରଥ (୩୨) ଏବଂ ଅନ୍ୟ ୨ ଜଣ ଫେରାର ହୋଇଯାଇଥିଲେ । ଗଞ୍ଜେଇ ସହ ଦୁଲଭକୁ ଗିରଫ କରିବା ସହ କୋଷାଗୁମୁଡା ଥାନାରେ କେସ ନମ୍ବର ୪୦/୨୦୨୧ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।

ଏହି ଚଡାଉରେ କୋଷାଗୁମୁଡା ଥାନା ଏସ.ଆଇ. ଆଲୋକ ପ୍ରସାଦ ଭୋଇ, ହାବିଲଦାର ରଘୁନାଥ ନାୟକ ଓ ଅନ୍ୟ ପୁଲିସ କର୍ମଚାରୀ ମାନେ ସାମିଲ ଥିଲେ । ମାମଲାର ତଦନ୍ତ ଏସଆଇ ଶଶୀଭୂଷଣ ମଙ୍ଗରାଜ କରୁଥିବା ଜଣାପଡିଛି । ଖୁବ ଶୀଘ୍ର ଅନ୍ୟ ଦୁଇ ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.