ETV Bharat / state

ନବରଙ୍ଗପୁରରେ 3ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

author img

By

Published : Sep 22, 2020, 2:32 PM IST

ଜିଲ୍ଲାରେ 3ହଜାରକୁ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଆଜିର ଚିହ୍ନଟ 75 ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 3018 ରହିଥିବା ବେଳେ ସେମାନଙ୍କ ମଧ୍ୟରୁ 2114 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ନବରଙ୍ଗପୁରରେ 3ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା
ନବରଙ୍ଗପୁରରେ 3ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନବରଙ୍ଗପୁର: ଜିଲ୍ଲାରେ 3 ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ନବରଙ୍ଗପୁର ଜିଲ୍ଲାରେ କୋରୋନା ସ୍ଥିତି ଅତି ସାଙ୍ଘାତିକ ଆଡକୁ ଯାଉଛି । ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି ମହାମାରୀ କୋରୋନା । ଜିଲ୍ଲାରେ ସହର ଠାରୁ ଗାଁ ଯାଏଁ କରୋନା ପ୍ରକୋପ ଯୋଗୁଁ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି l

Nabarangpur has 3,018 infected in corona
ଫଟୋ ସୌଜନ୍ୟ: ଟ୍ବିଟର@DMnabarangpur

ଆଜି ମଙ୍ଗଳବାର ଜିଲ୍ଲାରେ ପୁଣି 75 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3ହଜାରକୁ ଟପିଛି l ଆଜି ଚିହ୍ନଟ ହୋଇଥିବା 75 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ନବରଙ୍ଗପୁର ପୌରାଞ୍ଚଳରୁ 34 ଜଣ, କୋଷାଗୁମୁଡା ବ୍ଲକରୁ 12 ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁର ବ୍ଲକରୁ 5 ଜଣ, ଉମରକୋଟ ପୌରାଞ୍ଚଳ ଏବଂ ପାପଡାହାଣ୍ଡି, ଚନ୍ଦାହାଣ୍ଡି ବ୍ଲକରୁ 4ଜଣ ଲେଖାଏଁ ଓ ରାଇଘର ବ୍ଲକରୁ 3 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 2 ଜଣ, ଚିହ୍ନଟ ହୋଇଥିବା ବେଳେ ଉମରକୋଟ, ଡାବୁଗାଁ, ଝରିଗାଁ ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି l

ଆଜିର ଚିହ୍ନଟ 75 ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 3018 ରହିଥିବା ବେଳେ ସେମାନଙ୍କ ମଧ୍ୟରୁ 2114 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି 886 ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାବେଳେ ସେମାନଙ୍କ ମଧ୍ୟରୁ 757 ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ ମୋଟ 61670 ଜଣଙ୍କ ସ୍ବାବ ସଂଗ୍ରହ କରି ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.