ETV Bharat / state

ନବରଙ୍ଗପୁରରେ ୨ ଦିନିଆ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ - nabrangpur latest news

କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ନବରଙ୍ଗପୁରକୁ ୨ ଦିନ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ସୋମବାର ରାତି ୯ ଟାରୁ ୨୭ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ଏହି ସଟଡାଉନର ଅବଧି ରହିଛି ।

ନବରଙ୍ଗପୁରରେ ୨ ଦିନିଆ ସଟଡାଉନ
ନବରଙ୍ଗପୁରରେ ୨ ଦିନିଆ ସଟଡାଉନ
author img

By

Published : Aug 25, 2020, 11:26 AM IST

Updated : Aug 25, 2020, 12:00 PM IST

ନବରଙ୍ଗପୁର: କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ନବରଙ୍ଗପୁରକୁ ୨ ଦିନ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ସୋମବାର ରାତି ୯ ଟା ରୁ ୨୭ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ଏହି ସଟଡାଉନର ଅବଧି ରହିଛି ।

ନବରଙ୍ଗପୁରରେ ୨ ଦିନ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

ଗତ ଶନିବାର ଓ ରବିବାର ଗଣେଶ ପୂଜା ଓ ନୂଆଖାଇ ରହିଥିବାରୁ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକଙ୍କ ପରାମର୍ଶ କ୍ରମେ ଏହି ସଟଡାଉନକୁ ଆଜି ଠାରୁ ପାଳନ କରାଯାଉଛି । ସଟଡାଉନକୁ କଡାକଡି ପାଳନ କରିବା ପାଇଁ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ସହିତ ସ୍ଥାନୀୟ ପ୍ରଶାସନ ମଧ୍ୟ ସଜାଗ ହୋଇ ଉଠିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୮୬୫ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୫୦୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୫୫ ଚିକିତ୍ସିତ ଅଛନ୍ତି। ସେଥିମଧ୍ୟରୁ ୧୯୧ ଜଣ ହୋମ ଆଇସୋଲେସନରେ ଅଛନ୍ତି । ଜିଲ୍ଲାରେ ଜଣଙ୍କର କୋରୋନାଜନିତ ମୃତ୍ୟୁ ହୋଇଛି । ଗତକିଛି ଦିନ ଧରି କୋରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାକୁ ସଟଡାଉନ ଘୋଷଣା କରିଛନ୍ତି ।

ମଙ୍ଗଳବାର ପ୍ରଥମ ଦିବସରେ ଅମାନିଆ ଘରରୁ ବାହାରକୁ ବାହାରୁଥିବା ବେଳେ ପୋଲିସ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହି ସଟଡାଉନ ସମୟରେ ସମସ୍ତ ଜରୁରୀସେବା ଜାରି ରହିଛି ଓ ଔଷଧ ସହ କ୍ଷୀର ଦୋକାନ ଖୋଲା ରହିଛି । ଲୋକେ ଜରୁରୀ କାମ ନଥିଲେ ଘରରୁ ବାହାରକୁ ବାହାରୁ ନ ଥିବା ଦେଖିବାକୁ ମିଳିଛି । ଯେତେବେଳେ ବି ବାହାରକୁ ବାହାରୁ ଛନ୍ତି ଲୋକେ ମାକ୍ସ ବ୍ୟବହାର କରୁଛନ୍ତି । ମାସ୍କ ପରିଧାନ କରିନଥିବା ବ୍ୟକ୍ତିଙ୍କ ବିରୋଧରେ ଫାଇନ ଆଦାୟ କରୁଛି ପୋଲିସ ।

ଜିଲ୍ଲାର ଗ୍ରାମାଞ୍ଚଳମାନଙ୍କରେ ମଧ୍ୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ ବଢୁଥିବାରୁ ଗ୍ରାମାଞ୍ଚଳର ଲୋକେ ମଧ୍ୟ ସଟଡାଉନ ନିୟମକୁ ପାଳନ କରି ଗ୍ରାମାଞ୍ଚଳର ଦୋକାନ ବଜାର ବନ୍ଦ ରହିବା ସହିତ ଲୋକେ ଘରରୁ ବାହାରକୁ ବାହାରୁନଥିବା ଦେଖିବାକୁ ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Aug 25, 2020, 12:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.