ETV Bharat / state

Corona Return Nabarangpur: ୩ ଦିନରେ ନବରଙ୍ଗପୁରରେ ୧୩ ଆକ୍ରାନ୍ତ

author img

By

Published : Jan 3, 2022, 6:54 AM IST

ଦୀର୍ଘ ମାସର ବ୍ୟବଧାନ ପରେ ପୁଣି ନବରଙ୍ଗପୁର ଜିଲ୍ଲାକୁ ଫେରିଛି କରୋନା । ଗତ ୩ ଦିନ ମଧ୍ୟରେ ୧୩ ଜଣଙ୍କ କରୋନା ପଜିଟିଭ ଥିବାବେଳେ ରବିବାର ୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ

vCorona Return To Nabarangpur: ୩ ଦିନରେ ୧୩ ଆକ୍ରାନ୍ତ
Corona Return To Nabarangpur: ୩ ଦିନରେ ୧୩ ଆକ୍ରାନ୍ତ

ନବରଙ୍ଗପୁର: ଦୀର୍ଘ ମାସର ବ୍ୟବଧାନ ପରେ ପୁଣି ନବରଙ୍ଗପୁର ଜିଲ୍ଲାକୁ ଫେରିଛି କରୋନା । ଗତ ୩ ଦିନ ମଧ୍ୟରେ ୧୩ ଜଣଙ୍କ କରୋନା ପଜିଟିଭ ବାହାରିଥିବା ବେଳେ ରବିବାର ୭ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ଉମରକୋଟ ବ୍ଲକର ବଡକୁମାରୀ ୟୁଭି ୧ ଗ୍ରାମର ୩ ଜଣ ଓ ନବରଙ୍ଗପୁର ଜିଲ୍ଲା ଡାକ୍ତରଖାନା ପରିସରରୁ ୪ ଜଣ ଆକ୍ରାନ୍ତ ହୋଇଛନ୍ତି । ନବରଙ୍ଗପୁର ସହରରେ ଦିନକୁ ଦିନ କରୋନା ଆକ୍ରାନ୍ତ ବଢୁଥିବାରୁ ଏହା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ତେବେ ସମସ୍ତ ୧୩ ଜଣ ନିଜ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି ।

ସୂଚନା ଯୋଗ୍ୟ ଯେ, ଜିଲ୍ଲାରେ ମୋଟ ସମସ୍ତ କରୋନା ଆକ୍ରାନ୍ତ ସଂଖ୍ୟା ୨୩,୫୮୩ ହୋଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୨୩,୩୯୭ ବୋଲି ସରକାରୀ ଭାବେ କୁହାଯାଇଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨ ଜଣ ପୋଲିସ ଅଧିକାରୀଙ୍କ ସମେତ ୧୪୫ ଜଣ କରୋନାରେ ମୃତ୍ୟୁବରଣ କରିଥିବା ପରିବାରବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଛି । ଏହାକୁ ନେଇ ଜିଲ୍ଲାପାଳ ଡ.କମଳ ଲୋଚନ ମିଶ୍ର କରୋନା ପ୍ରତି ସମସ୍ତେ ସତର୍କ ରହିବା ସହ ସରକାରୀ ମାର୍ଗଦର୍ଶିକା ଅନୁସାରେ କରୋନା କଟକଣା, ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ କରିବାକୁ ଗୁରୁତ୍ୱାରୋପ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.