ETV Bharat / state

ପୁଣି ନବରଙ୍ଗପୁରରୁ 127 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Apr 19, 2021, 5:17 PM IST

ସୋମବାର ନବରଙ୍ଗପୁରରୁ 127 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 6982କୁ ବୃଦ୍ଧି ପାଇଛି l ଅଧିକ ପଢନ୍ତୁ...

ପୁଣି ନବରଙ୍ଗପୁରରୁ 127 ପଜିଟିଭ ଚିହ୍ନଟ
ପୁଣି ନବରଙ୍ଗପୁରରୁ 127 ପଜିଟିଭ ଚିହ୍ନଟ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ କୋରୋନା ଭୂତାଣୁ ଭୟଙ୍କର ରୂପ ନେଉଛି। ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଜିଲ୍ଲାରେ ସୋମବାର 127 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 6982କୁ ବୃଦ୍ଧି ପାଇଛି l

ପୁଣି ନବରଙ୍ଗପୁରରୁ 127 ପଜିଟିଭ ଚିହ୍ନଟ
ପୁଣି ନବରଙ୍ଗପୁରରୁ 127 ପଜିଟିଭ ଚିହ୍ନଟ

ସୋମବାର ଚିହ୍ନଟ 127 ଜଣଙ୍କ ମଧ୍ୟରେ ଚନ୍ଦାହାଣ୍ଡି ବ୍ଲକରୁ 29 ଜଣ, ରାଇଘର ବ୍ଲକରୁ 27 ଜଣ, ଉମରକୋଟ ବ୍ଲକରୁ 24 ଜଣ, ଝରିଗାଁ ବ୍ଲକରୁ 12 ଜଣ, ଉମରକୋଟ ପୌରାଞ୍ଚଳ ଓ କୋଷାଗୁମୁଡା ବ୍ଲକରୁ 11 ଜଣ ଲେଖାଏଁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁର ପୌରାଞ୍ଚଳରୁ 5 ଜଣ, ପାପଡାହାଣ୍ଡି ବ୍ଲକରୁ 4 ଜଣ, ନବରଙ୍ଗପୁର, ଡାବୁଗାଁ, ନନ୍ଦାହାଣ୍ଡି ଏବଂ ତେନ୍ତୁଳିଖୁଣ୍ଟି ବ୍ଲକରୁ ଜଣେ ଲେଖାଏଁ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 27 ହଜାର 857 ଜଣଙ୍କର ନମୁନା ସଂଗ୍ରହ କରାଯାଇଥିବା ବେଳେ 6982 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି l ବର୍ତ୍ତମାନ ଜିଲ୍ଲାରେ 5960 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 971 ଜଣ ଏବେବି ସକ୍ରିୟ ଆକ୍ରାନ୍ତ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.