ETV Bharat / state

ନବରଙ୍ଗପୁରରେ ଲଜ୍ଜ୍ୟା, ୧୨ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ - ନବରଙ୍ଗପୁରର ପାପଡାହାଣ୍ଡି ଥାନା

ନବରଙ୍ଗପୁରର ପାପଡାହାଣ୍ଡି ଥାନା ଅନ୍ତର୍ଗତ ଜଣେ 12ବର୍ଷର ନାବାଳିକାକୁ ଦୁଷ୍କର୍ମ ସହ 7 ମାସର ଗର୍ଭବତୀ କରିଥିବା ନେଇ ଥାନାରେ ଏତଲା ଦେଇଛନ୍ତି ପୀଡିତାଙ୍କ ମା' ।

ନବରଙ୍ଗପୁରରେ ଲଜ୍ଜ୍ୟା, ୧୨ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
author img

By

Published : Sep 11, 2019, 2:53 AM IST

ନବରଙ୍ଗପୁର: ଜିଲ୍ଲାରେ ପୁଣି ଲଜ୍ଜ୍ୟା । ନବରଙ୍ଗପୁରର ପାପଡାହାଣ୍ଡି ଥାନା ଅନ୍ତର୍ଗତ ଜଣେ 12ବର୍ଷର ନାବାଳିକାକୁ ଦୁଷ୍କର୍ମ ସହ 7 ମାସର ଗର୍ଭବତୀ କରିଥିବା ନେଇ ଥାନାରେ ଏତଲା ଦେଇଛନ୍ତି ପୀଡିତାଙ୍କ ମା' ।
ଉକ୍ତ ନାବାଳିକା ସପ୍ତମ ଶ୍ରେଣୀରେ ପାଠ ପଢିବା ପାଇଁ ଟିକରାପାଲା ବିଦ୍ୟାଳୟକୁ ନୀତି ଯାଉଥିବା ସମୟରେ ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ଘୁଷୁରାବେଢା ଗ୍ରାମର ରାଜୀବ ମାଝୀ ଉକ୍ତ ନାବାଳିକାଙ୍କ ସହ ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖି ଆସୁଥିଲା । ଗତ 15 ଦିନ ତଳେ ଝିଅ ଗର୍ଭବତୀ ଥିବା ଜାଣିବା ପରେ ପରିବାର ଲୋକେ ସ୍କୁଲକୁ ପଠାଇବା ବନ୍ଦ କରି ଦେଇଥିଲେ । ଏହାସହ ନାବାଳିକାକୁ ନ୍ୟାୟ ପ୍ରଦାନ ଲାଗି ପାପଡାହାଣ୍ଡି ଥାନାରେ ଏତଲା ଦେଇଥିଲେ ।

ତେବେ ଉକ୍ତ ଏତଲାକୁ ଭିତ୍ତି କରି ପାପଡାହାଣ୍ଡି ପୋଲିସ ଅଭିଯୁକ୍ତ ରାଜିବ ନାଁରେ ଏକ ମାମଲା ରୁଜୁ କରି ତାକୁ ଗିରଫ କରିଛି । ଏହାସହ ଅଭିଯୁକ୍ତକୁ ବୁଧବାର କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛି ପାପଡାହାଣ୍ଡି ପୋଲିସ ।

ନବରଙ୍ଗପୁରରୁ ତପନ ବିଶୋଇ, ଇଟିଭି ଭାରତ

Intro:ସ୍ଲୋଗ-ନବରଙ୍ଗପୁରରେ ପୁଣି ଲଜ୍ଜ୍ୟା,୧୨ ବର୍ଷର ନାବାଳିକା ଙ୍କୁ ଦୁଷ୍କର୍ମ ଅଭିଯୋଗ ।
ଫୋର୍ମାଟ୍:-ଏଭିଓ,୧୦/୦୯/୧୯
ରିପୋର୍ଟ-ତପନ ବିଷୋୟୀ, ନବରଙ୍ଗପୁର।
----------------------------------------------------
ଆଙ୍କର:- ନବରଙ୍ଗପୁର ରେ ପୁଣି ଲଜ୍ଜ୍ୟା, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ଜଣେ ୧୨ ବର୍ଷ ର ନାବାଳିକା ଝିଅ କୁ ଦୁଷ୍କର୍ମ ସହ ୭ମାସର ଗର୍ଭବତୀ ହୋଇଥିବା ନେଇ ଥାନାରେ ଏତଲା ଦେଲେ ନିଜ ମାଁ | ଉକ୍ତ ନାବାଳିକା ସପ୍ତମ ଶ୍ରେଣୀରେ ପାଠ ପଢିବା ପାଇଁ ଟିକରାପାଲା ବିଦ୍ୟାଳୟ କୁ ନୀତି ଯାଉଥିବା ସମୟରେ ବିବାହର ମିଥ୍ଯା ପ୍ରଲୋଭନ ଦେଖାଇ ଘୁଷୁରାବେଢା ଗ୍ରାମର ରାଜୀବ ମାଝୀ ସମ୍ପୃକ୍ତ ଝିଅ ସହ ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖି ଆସୁଥିଲା । ଗତ ୧୫ ଦିନ ତଳେ ଝିଅ ଗର୍ଭବତୀ ଥିବା ଜଣିବା ପରେ ପରିବାର ଲୋକେ ସ୍କୁଲକୁ ପଠାଇବା ବନ୍ଦ କରିଦେଇଥିଲେ । ଝିଅକୁ ନ୍ୟାୟ ପ୍ରଦାନ ଲାଗି ପାପଡାହାଣ୍ଡି ଥାନାରେ ଏତେଲା ଦେଇଥିଲେ ନାବଳିକଙ୍କ ମାଁ। ଉକ୍ତ ଏତଲା କୁ ଭିତି କରି ପାପଡାହାଣ୍ଡି ପୋଲିସ ରାଜୀବ ଙ୍କୁ ନ ୩୭୬(୨)ଏନ, ୬-ପୋସ୍କୋ , ୫୦୬ ଦଫା ଲାଗାଇ କେଶ ନମ୍ବର ୧୧୪/୧୯ ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ ଗିରଫ କରିବା ସହ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛି ପାପଡାହାଣ୍ଡି ପୋଲିସ ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.