ETV Bharat / state

୧୦୦ ଫୁଟ ଉଚ୍ଚରେ ଉଡିଲା ତ୍ରିରଙ୍ଗା - ରମେଶ ମାଝୀଙ୍କ କାର୍ଯ୍ୟକ୍ରମ

ନବରଙ୍ଗପୁର ପାପଡାହାଣ୍ଡି ଶହୀଦ ସ୍ମୃତି ମୀନାରରେ ୧୦୦ ଫୁଟ ଉଚ୍ଚରେ ଲାଗିଲା ବିଶାଳତମ ଜାତୀୟ ପତାକା (100 Foot National Flag) । ଅଧିକ ପଢନ୍ତୁ

National Flag ୧୦୦ ଫୁଟ ଉଚ୍ଚରେ ଲାଗିଲା ବିଶାଳତମ ଜାତୀୟ ପତାକା

author img

By

Published : Dec 4, 2021, 4:23 PM IST

ନବରଙ୍ଗପୁର: ପାପଡାହାଣ୍ଡି ଶହୀଦ ସ୍ମୃତି ମୀନାରରେ ୧୦୦ ଫୁଟ ଉଚ୍ଚରେ ଲାଗିଲା ବିଶାଳତମ ଜାତୀୟ ପତାକା (100 Foot National Flag) । କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ସମେତ ବହୁ ନେତା ଏବଂ ବରିଷ୍ଠ ଲୋକେ ଉପସ୍ଥିତ ଥିଲେ ।

National Flag ୧୦୦ ଫୁଟ ଉଚ୍ଚରେ ଲାଗିଲା ବିଶାଳତମ ଜାତୀୟ ପତାକା

ଲାଗିଥିବା ଏହି ପତାକାର ଓସାର ୩୦ ଫୁଟ ଏବଂ ଲମ୍ବ ୨୦ ଫୁଟ ହେବ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସ୍ଥିତ ଶହୀଦ ସ୍ମୃତି ସ୍ତମ୍ବ ପରିସରରେ ତ୍ରିରଙ୍ଗା ପତାକା ଲଗାଇବା ନେଇ ନବରଙ୍ଗପୁର ଜିଲ୍ଲା ଶହୀଦ ସ୍ମୁତି ସଂସଦ ପକ୍ଷରୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା । ଶେଷରେ ଏହି ଦାବି ପୂରଣ ହୋଇଛି । ସାଂସଦ ରମେଶ ମାଝୀ ତାଙ୍କ ସାଂସଦ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଅନୁଦାନ ଦେବାପରେ ଉକ୍ତ ସ୍ଥାନରେ ଜିଲ୍ଲାର ସବୁଠାରୁ ବଡ଼ ତ୍ରିରଙ୍ଗା ଲଗାଯାଇଛି । ଏହି ଜାତୀୟ ପତାକା ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ରମେଶ ମାଝୀ, ସମ୍ମାନିତ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର ଯୋଗଦେଇ ୧୦୦ ଫୁଟ ଉଚ୍ଚରେ ଜାତୀୟ ପତାକା ଉତ୍ତଳନ କରିଥିଲେ ।

ଜିଲ୍ଲାବାସୀଙ୍କ ଦୀର୍ଘଦିନର ଆଶା ପୂରଣ ହୋଇପାରିଛି, ପର୍ଯ୍ୟାୟ କ୍ରମେ ଏହି ପାର୍କର ଉନ୍ନତିକରଣ ସହ ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ସାଂସଦ ରମେଶ ମାଝୀ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.