ETV Bharat / state

କାଳ ହେଲା ସୀତାକୁଣ୍ଡରେ ସେଲ୍ଫି, ଜଳପ୍ରପାତରେ ବୁଡି ଯୁବକ ମୃତ - youth drown in Sitakund Waterfall

ସୀତାକୁଣ୍ଡ ଜଳପ୍ରପାତରେ ଅଘଟଣ । ଗୋଡ ଖସିଯିବାରୁ ସୀତାକୁଣ୍ଡରେ ବୁଡି ଯୁବକ ମୃତ । ଅଧିକ ପଢନ୍ତୁ

youth drown to death
youth drown to death
author img

By

Published : Jun 8, 2023, 10:34 AM IST

youth drown to death

ରାଇରଙ୍ଗପୁର: କାଳ ହେଲା ସେଲ୍ଫି । ଗୋଡ ଖସିଯିବାରୁ ସୀତାକୁଣ୍ଡରେ ବୁଡି ଯୁବକ ମୃତ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଞ୍ଚଳର ସୀତାକୁଣ୍ଡ ଜଳପ୍ରପାତରେ । ମୃତକ ଜଣଙ୍କ ହେଉଛନ୍ତି ବାରିପଦା ସ୍ଥିତ ୱାର୍ଡ ନମ୍ବର 15 ପୂର୍ଣ୍ଣଚନ୍ଦ୍ରପୁରର ଅଳିନ ବାଗଙ୍କ ପୁଅ ଘନଶ୍ୟାମ ବାଗ, ବୟସ 22 ବର୍ଷ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ବୁଧବାର) ଅପରାହ୍ନରେ ଘନଶ୍ୟାମ ତାଙ୍କ ସାନ ଭାଇ ଓ ଅନ୍ୟ ଦୁଇ ଜଣ ସାଙ୍ଗ ସହିତ ବାରିପଦା ସହର ନିକଟସ୍ଥ ସୀତାକୁଣ୍ଡ ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ । ସେହି ସମୟରେ ସୀତାକୁଣ୍ଡର ଉପର ମୁଣ୍ଡରୁ ସାଙ୍ଗ ମାନଙ୍କ ସହିତ ସେଲ୍ଫି ନେଉଥିବା ବେଳେ ଅସାବଧାନତା ବସତଃ ଘନଶ୍ୟାମଙ୍କ ଗୋଡ଼ ଖସି ଯାଇଥିଲା । ଫଳରେ ପଥରରେ ପିଟି ହୋଇ ପ୍ରାୟ ୧୦୦ ଫୁଟ ତଳେ ଥିବା ସୀତାକୁଣ୍ଡରେ ପଡି ବୁଡି ଯାଇଥିଲେ ଘନଶ୍ୟାମ । ଏନେଇ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । କିଛି ସମୟ ପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିବା ପରେ ପାଣି ମଧ୍ୟରୁ ଘନଶ୍ୟାମକୁ ଉଦ୍ଧାର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ନଦୀ ମଝିରେ ସେଲ୍ଫି ନେବା ହେଲା କାଳ, ପାଣିରେ ବୁଡି ଛାତ୍ର ମୃତ

ପରେ ଗୁରୁତର ଅବସ୍ଥାରେ ବାରିପଦା ସ୍ଥିତ ପିଆରଏମ ମେଡିକାଲରେ ଯୁବକ ଜଣଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ବାରିପଦା ସଦର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ଆଜି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ମୟୂରଭଞ୍ଜ ଜିଲ୍ଲାରେ ସୀତାକୁଣ୍ଡ ଭଳି ଅନ୍ୟାନ୍ୟ ଜଳାଶୟ ଗୁଡିକରେ ବାରମ୍ବାର ଏପରି ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିବାରୁ ପ୍ରଶାସନ ପକ୍ଷରୁ ଏସବୁ ଜାଗାରେ ବିପଦ ସୂଚନା ଫଳକ ଲଗେଇବା ପାଇଁ ସାଧାରଣରେ ଦାବି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ପାଣିରେ ବୁଡି ଚାଲିଗଲା ଦୁଇ ନାବାଳକଙ୍କ ଜୀବନ, ଶୋକରେ ପରିବାର

ଗତ ମେ 25 ତାରିଖରେ ନବରଙ୍ଗପୁରରୁ ଏପରି ଖବର ସାମ୍ନାକୁ ଆସିଥିଲା । ଗାଧୋଉଥିବା ସମୟରେ ଇନ୍ଦ୍ରାବତୀ ନଦୀରେ ବୁଡିଯାଇଥିଲେ ଜଣେ ଛାତ୍ର । କଲେଜ ଛୁଟି ଥିବାରୁ ୩ ଜଣ ସାଙ୍ଗ ମିଶି ଛୁଟି କଟାଇବାକୁ ଇନ୍ଦ୍ରାବତୀକୁ ଆସିଥିଲେ । ଏହି ସମୟରେ ଏସ ମୁରଲୀ କ୍ରିଷ୍ଣା ନାମକ ଜଣେ ଛାତ୍ର ଗାଧୋଉ ଥିବା ବେଳେ ହଠାତ ପାଣିରେ ବୁଡି ଯାଇଥିଲେ ।

ଇଟିଭି ଭାରତ,ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.